fbpx

ନିଲମ୍ବିତ ହେଲେ କୁନ୍ଦେଇ ସରପଞ୍ଚ

ନବରଙ୍ଗପୁର, ୨୬ା୨ (ଓଡିଶା ଭାସ୍କର): ସରକାର ବିରୋଧୀ କାର୍ଯ୍ୟ କରି କୁନ୍ଦେଇ ସରପଞ୍ଚ ନିଲମ୍ବିତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଗ୍ରାମପଞ୍ଚାୟତର ସରପଞ୍ଚଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । । ସରପଞ୍ଚ ସାନରାଜ ଗଣ୍ଡଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଚଳିତ ମାସ ୩ ତାରିଖରେ ସାନରାଜ ଗିରଫ ହୋଇଥିଲେ । ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରିବାରୁ ତାଙ୍କ ଉପରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.