fbpx

PM-SYM Yojana: ଶ୍ରମିକଙ୍କୁ ବର୍ଷକୁ ୩୬ ହଜାର ଦେବେ କେନ୍ଦ୍ର ସରକାର, ଜାଣନ୍ତୁ ଏହାର ଆପ୍ଲାଏ ତରିକା

ନୂଆଦିଲ୍ଲୀ: ବିଭିନ୍ନ ସମୟରେ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଲାଗୁ କରିଥାନ୍ତି । ତେବେ ଅନେକ ଲୋକ ସରକାରଙ୍କ ସମସ୍ତ ଯୋଜନା ବିଷୟରେ ଜାଣି ନଥିବାରୁ ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇ ପାରନ୍ତି ନାହିଁ । ତେବେ ଆପଣମାନେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା (ପିଏମ-ଏସୱାଇଏମ) ଯୋଜନା ବିଷୟରେ ଜାଣିଛନ୍ତି କି? ଏହି ଯୋଜନାରେ ଶ୍ରମିକମାନେ ମାସକୁ ୩ ହଜାର ଭାବରେ ବର୍ଷକୁ ମୋଟ ୩୬ ହଜାର ଟଙ୍କା ପାଇପାରିବେ ।

ତେବେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଏହା ଏକ ଶାନଦାର ଯୋଜନା ଅଟେ । ଏହି ଯୋଜନାର ଫାଇଦା ରିକ୍ସା ଚାଳକ, ନିର୍ମାଣ ଶ୍ରମିକଙ୍କ ସହ ଅନ୍ୟ ଅସଂଗଠିତ କ୍ଷେତ୍ରର ମଜଦୁରମାନେ ଉଠାଇ ପାରିବେ । ସରକାର ଏହି ଯୋଜନାରେ ପେନସନ ଗ୍ୟାରେଣ୍ଟି ପ୍ରଦାନ କରୁଛନ୍ତି । ଆପଣମାନେ ଦୈନିକ ମାତ୍ର ୨ ଟଙ୍କା ସଞ୍ଚୟ କରି ବର୍ଷକୁ ୩୬ ହଜାର ଟଙ୍କାର ପେନସନ ପାଇପାରିବେ ।

ଏହି ସ୍କିମରେ ଆପଣଙ୍କୁ ପ୍ରତ୍ୟେକ ମାସରେ ୫୫ ଟଙ୍କା ସଞ୍ଚୟ କରିବାକୁ ପଡ଼ିବ । ଅର୍ଥାତ ୧୮ ବର୍ଷ ବୟସ୍କଧାରୀ ଦୈନିକ ପାଖାପାଖି ୨ ଟଙ୍କା ସଞ୍ଚୟ କରି ବର୍ଷକୁ ୩୬ ହଜାର ଟଙ୍କାର ପେନସନ ପାଇପାରିବେ । ଯଦି କୌଣସି ବ୍ୟକ୍ତିଙ୍କ ବୟସ ୪୦ ବର୍ଷ ହୋଇଥିବ, ତେବେ ସେ ମାସକୁ ୨୦୦ ଟଙ୍କା ଜମା କରି ଏହି ଯୋଜନାର ଶୁଭାରମ୍ଭ କରିପାରିବେ ।

୬୦ ବର୍ଷ ପରେ ଆପଣଙ୍କ ପେନସନ୍ ଲାଗୁ ହୋଇଯିବ । ଏଥିପାଇଁ ଆବେଦନ କରିବା ପାଇଁ ଆପଣଙ୍କୁ କମନ୍ ସର୍ଭିସ୍ ସେଣ୍ଟର (ସିଏସସି)କୁ ଯାଇ ପୋର୍ଟାଲରେ ପଞ୍ଜିକରଣ କରାଇବାକୁ ପଡ଼ିବ । ପଞ୍ଜିକରଣ ପାଇଁ ଆପଣଙ୍କୁ ନିଜର ଆଧାର କାର୍ଡ, ବଚନ ବା ଜନଧନ ବ୍ୟାଙ୍କ ଖାତାର ପାସବୁକ, ମୋବାଇଲ ନମ୍ବର ଦେବାକୁ ପଡ଼ିବ ।

Get real time updates directly on you device, subscribe now.