fbpx

ଲଦାଖରେ ସେନାର ଅଭ୍ୟାସ ବେଳେ ବଡ଼ ଅଘଟଣ; ନଦୀ ପାର୍ ବେଳେ ଟ୍ୟାଙ୍କ୍ ସହ ଭାସିଗଲେ ୫ଜଣ ଯବାନ

Advertisement

ନୂଆଦିଲ୍ଲୀ: ଲଦାଖରେ ସେନାର ଅଭ୍ୟାସ ବେଳେ ବଡ଼ ଅଘଟଣ । ନଦୀ ପାର୍ ବେଳେ ଭାସିଗଲା ଟ୍ୟାଙ୍କ୍ । ଟ୍ୟାଙ୍କ୍‌ରେ ଥିବା ଆର୍ମି ଅଧିକାରୀଙ୍କ ପତ୍ତା ମିଳୁନି । ନଦୀରେ ହଠୀତ୍ ଅଧିକ ଜଳସ୍ଥର ବଢ଼ିଯିବାରୁ ଭାସିଗଲା ଟ୍ୟାଙ୍କ୍‌ । ଭାରତୀୟ ସେନା ଯବାନଙ୍କ ଏହା ଏକ ବଡ଼ ଦୁର୍ଘଟଣା । ଲଦାଖର ଦୌଲତ ବେଗ ଓଲ୍ଡି ଅଞ୍ଚଳରେ ନଦୀ ପାର ହେବା ପାଇଁ ସେନା ଯବାନମାନେ ଏକ ଟ୍ୟାଙ୍କ ଅଭ୍ୟାସ କରୁଥିଲେ ।

ଏହି ସମୟରେ ହଠାତ୍ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା, ଯେଉଁଥିପାଇଁ ସେନାର ୫ ଜଣ ଯବାନ ଭାସି ଯାଇଛନ୍ତି । ସୂଚନା ଅନୁସାରେ ଚୀନ୍ ସୀମା ଅର୍ଥାତ୍ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ଭାରତୀୟ ସେନା ଯବାନଙ୍କ ସହ ଘଟିଛି ଏହି ଦୁର୍ଘଟଣା । ଦୌଲତ ବେଗ ଓଲ୍ଡି କାରାକୋରମ୍ ରେଞ୍ଜରେ ଅବସ୍ଥିତ, ଯେଉଁଠାରେ ସେନା ଘାଟି ଅବସ୍ଥିତ ଲଦାଖରେ ଏଲଏସି ନିକଟରେ ଆକସ୍ମିକ ବନ୍ୟାରେ ସେନାର ୫ ଜଣ ଯବାନ ଭାସି ଯାଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ସେନା ଟାଙ୍କ୍ ଟି ନଦୀର ଏକ ଗଭୀର ଅଂଶ ଅତିକ୍ରମ କରୁଥିବା ବେଳେ ସେଠାରେ ଅଟକି ଯାଇଥିଲା । ଏହି ସମୟରେ ହଠାତ୍ ଜଳସ୍ତର ବୃଦ୍ଧି ପାଇବାରୁ ସେଥିରେ ପାଣି ଭର୍ତ୍ତି ହେବାରୁ ଯବାନମାନେ ଭାସି ଯାଇଥିଲେ । ଏବେ ସର୍ଚ୍ଚ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.