ନୂଆଦିଲ୍ଲୀ- ମଣିଷ କେତେ ତଳକୁ ଖସିଯାଉଛି । ତା ପାଇଁ ଦେହ ସୁଖ ଯେମିତି ହୋଇଯାଉଛି ସର୍ବସ୍ୱ । ନିଜ କ୍ଷମତାର ଦମ୍ଭରେ ମହିଳାଙ୍କୁ କରୁଛି ଦୁଷ୍କର୍ମ । ଏମିତି ଘଟଣା ସମ୍ପ୍ରତ୍ତି ଏକ ସାଧାରଣ ଘଟଣା ପଲଟିଗଲାଣି । ଅନେକ ମହିଳା ନିଜ ଅସହାୟତା ତଥା ଆର୍ଥିକ ଦୁରାବସ୍ଥା ପାଇଁ ସବୁ ମୁଣ୍ଡପାତି ସହୁଯାଉଛନ୍ତି । ହେଲେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ଯୁବତୀ କେମିତି ରସିକିଆ ବାବୁଙ୍କୁ ଦିନରେ ତାରା ଦେଖାଉଛନ୍ତି ତାହା ଦେଖିବାକୁ ମିଳୁଛି । ଯୁବତୀଙ୍କ ସାହସକୁ ପ୍ରଶଂସା ନ କରି ରହିହେବ ନାହିଁ ।
ଭାଇରାଲ ଭିଡିଓରେ ଯୁବତୀ ଜଣେ ବାପା ବୟସର ବ୍ୟକ୍ତିଙ୍କୁ ଚପଲରେ ମାଡମାରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓ ଭାଇରାଲ ହେଉଛି । ତେବେ ଘଟଣାଟି ମଧ୍ୟପ୍ରଦେଶର । କ୍ୟାପ୍ସନରେ ଉଲ୍ଲେଖ ହୋଇଛି ସେକ୍ସ ଦିଅ, ଚାକିରି ନିଅ । ଏଥିସହ ଭିଡିଓ ସେୟାର କରିଥିବା ଅଙ୍କିତା ପାଣ୍ଡେ ଲେଖିଛନ୍ତି, ଯୁବତୀଙ୍କୁ ପିଡବ୍ଲିଡିର ଇଞ୍ଜିନିୟର ରାମସ୍ୱରୂପ କୁଶବାହା ଚାକିରି କରାଇଦେବାକୁ କହି ତାକୁ ଉପଭୋଗ କରିବାକୁ ଚାହୁଁ ଥିଲେ ।
ହେଲେ ଯୁବତୀ ବୋଧେ ଥିଲେ ଅନ୍ୟମାନଙ୍କଠାରୁ ହଟକେ । ସେଥିପାଇଁ ଚପଲ ଖୋଲିଲେ, ବାବୁଙ୍କୁ ଦେ ଧନାଧନ ପିଟିଚାଲିଲେ । ଏକା ଥରକରେ ନିଜ ବାପା ବୟସର ରସିକିଆ ଇଞ୍ଜିନିୟର ବାବୁଙ୍କ ସବୁ ରସ ଚୁପୁଡିଦେଲେ । ଭିଡିଓ ସେୟାର କରିଥିବା ମହିଳା ସେହି ଯୁବତୀଙ୍କୁ ପ୍ରଶଂସା କରିଛନ୍ତି । ଏମିତି ବଳାକ୍ରାରୀଙ୍କୁ ଛେଚିବା ଦରକାର, ତେବେ ସମାଜ ବଦଳିବ ବୋଲି ଅଙ୍କିତା ଲେଖିଛନ୍ତି ।
ୟୁଜର୍ସ ଭିଡିଓକୁ ଲାଇକ କରିବା ସହ ସେୟାର କରୁଛନ୍ତି । ଯୁବତୀଙ୍କ ପଦକ୍ଷେପକୁ ସାଲୁଟ ମାରୁଛନ୍ତି । ଏଭଳି ବ୍ୟକ୍ତି ସହ ଏମିତି କରିବା ଉଚିତ ବୋଲି ମତ ଆସୁଛିା
SEX दो, नौकरी लो…
PwD इंजीनियर “रामस्वरूप कुशवाहा” लड़की को नौकरी का झांसा देकर SEX करना चाहता था.
लड़की ने रामस्वरूप को चप्पलों से खूब पीटा.
बलात्कारियों को ऐसे ही कूटना चाहिए, तभी समाज में बदलाव आएगा.🫡 pic.twitter.com/yq0ug2E62i
— Anika Pandey (@Anika_Pan) December 10, 2024