fbpx

ଖୋଲିଲା ବଡ଼ ଗୁମର: ‘ଲେଡି ସିଂଘମ’ଙ୍କୁ ହତ୍ୟା କରାଯାଇଛି! ଅଡିଓ-ଭିଡିଓରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

Advertisement

ନୂଆଦିଲ୍ଲୀ: ସାରା ଦେଶରେ ‘ଲେଡି ସିଂଘମ୍’ ବା ‘ଦବଙ୍ଗ କପ’ ଭାବେ ପରିଚିତ ଥିବା ମହିଳା ପୋଲିସ ଅଧିକାରୀ ଜୁନ୍ମୋନୀ ରାଭା ଗତ ୧୬ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଆସାମର ଏହି ମହିଳା ଦବଙ୍ଗ ସବ-ଇନ୍ସପେକ୍ଟରଙ୍କ ଅଚାନକ ମୃତ୍ୟୁକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ରାଭା ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ବୋଲି କୁହାଯାଉଥିଲେ ହେଁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାରବର୍ଗ ଅଭିଯୋଗ ଆଣିଥିଲେ ।

ତେବେ ଏହା ମଧ୍ୟରେ ଲେଡି ସିଂଘମଙ୍କ ମୃତ୍ୟୁକୁ ନେଇ ଏକ ବଡ଼ ରହସ୍ୟ ସାମ୍ନାକୁ ଆସିଛି । କିଛି ଅଡିଓ ଏବଂ ଭିଡିଓ କ୍ଲିପରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ମୃତ୍ୟୁ ପୂର୍ବରୁ ତାଙ୍କୁ ତାଙ୍କର ସହକର୍ମୀମାନେ ନିର୍ଯାତନା ଦେଇଥିବା କୁହାଯାଉଛି । ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ମହିଳା ପୋଲିସ ଅଧିକାରୀ ରାସ୍ତା ଉପରେ ଛିଡ଼ା ହୋଇଥିବା ସମୟରେ ଏକ ଟ୍ରକ ଜାଣିଶୁଣି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ରାଭାଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ମାତ୍ର ୩୦ ବର୍ଷ ବୟସରେ ଜୁନ୍ମୋନୀ ଏ ଦୁନିଆରୁ ବିଦାୟ ନେବା ଖବର କେହି ସହଜରେ ଗ୍ରହଣ କରିପାରି ନଥିଲେ । ରାଭା ନିଜର ମଙ୍ଗେତରଙ୍କୁ ଗିରଫ କରି ଏକଦା ବେଶ୍ ଚର୍ଚ୍ଚାରେ ରହିଥିଲେ । ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପରିବାରବର୍ଗଙ୍କ ପକ୍ଷରୁ ଦାବି କରାଯାଇଥିଲା । ସେ ଜଣେ ବିବାଦୀୟ ଅଧିକାରୀ ହୋଇଥିବା ବେଳେ ସେ ସାଦା ପୋଷାକାରେ କାହିଁକି ଏକାକୀ ଗାଡ଼ିରେ ଯାଉଥିଲେ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜୁନ୍ମୋନୀଙ୍କ ମାଆ ପୂର୍ବରୁ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.