fbpx

ଭୁବନେଶ୍ୱରରୁ ଲେଡି ଡନ୍ ଗିରଫ

ଭୁବନେଶ୍ୱର, ୧୫ା୨(ଓଡିଶା ଭାସ୍କର): ଲେଡି ଡନ୍ ଆସମା ବିବିଙ୍କୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ । ଏୟାରଫିଲ୍ଡ ଥାନା ଅଧିନ ଆଜାଦ ନଗରରେ କଙ୍ଗାରୁ କୋର୍ଟ ଚଳାଇଥିଲା ଏହି ମହିଳା । ଛେଳି ଚୋରୀ ଅଭିଯୋଗରେ ୨ ବ୍ୟକ୍ତିଙ୍କୁ ବାନ୍ଧି ମହିଳା ଜଣକ ମାରପିଟ୍ କରିଥିବା ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ପିସିଆର ପହଞ୍ଚିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲା । ଗାଳିଗୁଲଜ ସହ ପିସିଆର କର୍ମଚାରୀଙ୍କୁ ମହିଳା ଜଣକ ମାଡ ମାରିଥିବା ଅଭିଯୋଗ ହୋଇଛି ।

 

Get real time updates directly on you device, subscribe now.