ଇନଷ୍ଟାଗ୍ରାମ ପ୍ରେମ କଲା ବାଇଆ, ଆମେରିକା ଛାଡ଼ି ଆସିଲେ ଆନ୍ଧ୍ର
ଇନଷ୍ଟାଗ୍ରାମରୁ ପ୍ରେମ ଆଉ ତାପରେ ସାତ ଦରିଆ ପାର ହୋଇ ପ୍ରେମିକା ପାଖରେ ପହଞ୍ଚିଲେ ପ୍ରେମିକା। ହ୍ୟାଲୋରୁ ଆରମ୍ଭ ଏବେ ବିବାହ ପରିଣତ ହେବ ସମ୍ପର୍କ।
ଆନ୍ଧ୍ରପ୍ରଦେଶ: ପ୍ରେମ ଆଉ କ”ଣ କି? ଭଲ ପାଇବା କେତେବେଳେ କାହାକୁ କେଉଁଠି ହୁଏ। ଏସବୁ କଥା ତ ଆପଣ ଫିଲ୍ମରେ ବହୁତ ଶୁଣିଥିବେ। ହେଲେ ବାସ୍ତବରେ ମଧ୍ୟ ଏପରି ଘଟୁଛି ଯାହା ଆପଣ ମଧ୍ୟ ବିଶ୍ୱାସ କରିପାରିବେନି। ଇନଷ୍ଟାଗ୍ରାମରୁ ପ୍ରେମ ଆଉ ତାପରେ ସାତ ଦରିଆ ପାର ହୋଇ ପ୍ରେମିକା ପାଖରେ ପହଞ୍ଚିଲେ ପ୍ରେମିକା। ହ୍ୟାଲୋରୁ ଆରମ୍ଭ ଏବେ ବିବାହ ପରିଣତ ହେବ ସମ୍ପର୍କ।
ଡିଜିଟାଲ ଦୁନିଆରେ ପ୍ରେମ କାହାଣୀ କେବଳ ଫିଲ୍ମ ପର୍ଯ୍ୟନ୍ତ ସୀମିତ ହୋଇ ରହୁନାହିଁ। ବାସ୍ତବ ଜୀବନରେ ମଧ୍ୟ ଏହା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ପ୍ଲାଟ ଫର୍ମ ଫେସବୁକ୍, ଇନଷ୍ଟାଗ୍ରାମରୁ ଅନେକଙ୍କ ଭଲ ପାଇବା ମିଳିଛି । ଆଉ ଏପରି କିଛି ହୋଇଛି ଆମେରିକା ଝିଅ ଜ୍ୟାକଲିନ୍ ଏବଂ ଆନ୍ଧ୍ରପ୍ରଦେଶ ପୁଅ ଚନ୍ଦନଙ୍କ ସହ ।
ଜ୍ୟାକଲିନ୍ ଆମେରିକାର ଝିଅ, ଆଉ ଏହି ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ହ୍ୟାଲୋରୁ। ଆନ୍ଧ୍ରପ୍ରଦେଶ ପୁଅ ଚନ୍ଦନଙ୍କ ପ୍ରେମରେ ପାଗଳ ହେଲେ ଆମେରିକାର ଝିଅ। ସବୁକିଛି ଛାଡ଼ି ସାତ ଦରିଆ ପାର ହୋଇ ଆନ୍ଧ୍ରପ୍ରଦେଶରେ ପହଞ୍ଚିଛନ୍ତି ଜ୍ୟାକଲିନ୍।ଚନ୍ଦନ ଆନ୍ଧ୍ରର ଏକ ଛୋଟ ଗାଁରେ ରହୁଛନ୍ତି ଜ୍ୟାକଲିନ୍ ସେହିଠାରୁ ତାଙ୍କ ନୂଆ ଜୀବନ ଆରମ୍ଭ କରିବାକୁ ପହଞ୍ଚିଛନ୍ତି।
ଇନଷ୍ଟାଗ୍ରାମରୁ ଆରମ୍ଭ ହେଲା ପ୍ରେମ କାହାଣୀ: ଆମେରିକାରେ ରହୁଥିବା ଜ୍ୟାକଲିନ ଜଣେ ଫଟୋଗ୍ରାଫର । ସେ ଚନ୍ଦନଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଦେଖି ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଜ୍ୟାକଲିନ୍ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଚନ୍ଦନଙ୍କ ସହ ତାଙ୍କର ପ୍ରଥମ କଥା ବିଷୟରେ କହିଥିଲେ, କହିଛନ୍ତି ସେ ପ୍ରଥମେ ଚନ୍ଦନଙ୍କୁ ମେସେଜ୍ କରିଥିଲେ।
ଏବଂ ତାଙ୍କ ପ୍ରୋଫାଇଲ୍ ଦେଖିବା ପରେ ମୁଁ ଅନୁଭବ କଲି ଯେ ସେ ଜଣେ ଖ୍ରୀଷ୍ଟିଆନ ଯିଏ ଧର୍ମଶାସ୍ତ୍ର ପ୍ରତି ଆଗ୍ରହୀ ଅଟନ୍ତି। ଜ୍ୟାକଲିନ୍ ଆହୁରି ମଧ୍ୟ କହିଛନ୍ତି ଯେ ସେହି ଦିନର କିଛି କଥାବାର୍ତ୍ତା ଏହା ପରେ ଧୀରେ ଧୀରେ ଚନ୍ଦନଙ୍କ ପ୍ରତି ତାଙ୍କ ଭଲପାଇବା ବଢ଼ିଥିଲା।
୧୪ ମାସ ମଧ୍ୟରେ, ସେମାନଙ୍କର ପ୍ରେମ ଏତେ ଗଭୀର ହେଲା ଯେ ସେମାନେ ପରସ୍ପର ବିନା ବଞ୍ଚିବା ବିଷୟରେ ମଧ୍ୟ ଭାବି ପାରିନଥିଲେ। ଏବେ ଏହି ଯୋଡ଼ି ଭାରତରେ ବିବାହ କରିବେ। ଜ୍ୟାକଲିନ୍ ଏବଂ ଚନ୍ଦନ ମଧ୍ୟ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିଛନ୍ତି ।
ଯେଉଁଠାରେ ସେମାନେ ସେମାନଙ୍କର ପ୍ରେମ କାହାଣୀ ଏବଂ ପରସ୍ପର ସହିତ ବିତାଇଥିବା ବିଶେଷ ମୁହୂର୍ତ୍ତର ଭିଡିଓ ସେୟାର କରନ୍ତି ।
ଜ୍ୟାକଲିନ୍ ଲେଖିଛନ୍ତି, ଆମର ପ୍ରେମ କାହାଣୀକୁ ନେଇ ଅନେକ ସମାଲୋଚନା କରାଯାଇଛି, କିନ୍ତୁ ଭଗବାନ ପ୍ରତ୍ୟେକ ପଦକ୍ଷେପରେ ଆମ ପାଇଁ ବାଟ ଖୋଲିଛନ୍ତି। ବର୍ତ୍ତମାନ ଆମେ ଏକ ନୂତନ ଆରମ୍ଭ ପାଇଁ ପ୍ରସ୍ତୁତ ଅଛୁ ।