fbpx

ଚାକିରି ହରାଇବେ ଲକ୍ଷ ଲକ୍ଷ ଲୋକ! ନୂଆବର୍ଷର ଆରମ୍ଭରୁ ଆସିଲା ଖରାପ ଖବର

ନୂଆଦିଲ୍ଲୀ: ୨୦୨୨ର ପ୍ରଥମ କିଛି ମାସ କରୋନାଭାଇରସ୍ ଭୟରେ ବିତିଥିଲା । ଏଭଳି ପରିସ୍ଥିତିରେ ଅନେକ ଲୋକ ଚାକିରି ହରାଇଥିଲେ । ଗତ ବର୍ଷରେ ଆମାଜନ, ନେଟଫ୍ଲିକ୍ସ ଏବଂ ଫେସବୁକ୍ ପରି ବଡ କମ୍ପାନୀଗୁଡିକ ଚାକିରିରୁ ଛଟେଇ କରିଥିଲେ । କେତେକ କମ୍ପାନୀ ଚାକିରିରୁ ଛଟେଇର କାରଣ କରୋନାଭାଇରସକୁ ଦର୍ଶାଇଥିବାବେଳେ କେତେକ ଅଧିକ ନିଯୁକ୍ତି କହିଥିଲେ । ବିଶେଷଜ୍ଞଙ୍କ ଅନୁଯାୟୀ, ୨୦୨୩ ମସିହାରେ ପୂର୍ବ ବର୍ଷ ତୁଳନାରେ ଚାକିରି ପ୍ରତି ଅଧିକ ବିପଦ ରହିଛି । ବିଭିନ୍ନ କମ୍ପାନୀରେ ଛଟେଇ ଉପରେ ନଜର ରଖିଥିବା ଏକ ୱେବସାଇଟ୍ (https://layoffs.fyi/) ଗତ କିଛି ବର୍ଷର ଆକଳନ ଉପସ୍ଥାପନ କରିଛି, ଯାହା ଦେଖି ଆପଣ ମଧ୍ୟ ଭୟଭୀତ ହୋଇଯିବେ ।

୨୦୨୨ ମସିହାରେ ଲକ୍ଷ ଲକ୍ଷ ଚାକିରି ଉପରେ ଲାଗିଥିଲା ଗ୍ରହଣ:-
layoffs.fyi ୱେବସାଇଟ୍ ଅନୁଯାୟୀ, ଗତ ୨୦୨୨ ମସିହାରେ ୧୫୩,୦୦୦ ରୁ ଅଧିକ ଛଟେଇ ହୋଇଥିଲା । ଏହି ସଂଖ୍ୟା କେବଳ ଟେକ୍ କମ୍ପାନୀଗୁଡକର ରହିଛି । ୨୦୨୧ ମସିହାରେ ୧୫୦୦୦ ଛଟେଇ ହୋଇଥିବା ବେଳେ ୨୦୨୦ ମସିହାରେ ଏହି ସଂଖ୍ୟା ପ୍ରାୟ ୮୦,୦୦୦ର ପାଖାପାଖି ଥିଲା । ବିଶେଷଜ୍ଞଙ୍କ ଅନୁଯାୟୀ, ଗତ ବର୍ଷ ତୁଳନାରେ ଜାନୁୟାରୀ ୨୦୨୩ ମାସରେ ଅଧିକ ଛଟେଇ ଦେଖିବାକୁ ମିଳିବ । ଯଦି ମିଡିଆ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଗୁଗୁଲ ମଧ୍ୟ ଏହି ମାସରେ ହଜାର ହଜାର ଲୋକଙ୍କ ଚାକିରିକୁ ବାହାର କରିପାରେ ।

କୁହାଯାଉଛି ଯେ ଗୁଗୁଲ ନିଜର କର୍ମଚାରୀମାନଙ୍କୁ ରିଭ୍ୟୁ ଆଣ୍ଡ ଡେଭଲପମେଣ୍ଟ (ଏଜଇଊ) ନାମକ ଏକ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ସିଷ୍ଟମ ଆଧାରରେ ରେଟିଂ କରୁଛି ଏବଂ ଏହା ପରେ ହଜାର ହଜାର ଲୋକଙ୍କୁ କମ୍ପାନୀରୁ ଛଟେଇ କରାଯାଇପାରେ । ଆମାଜନକୁ ନେଇ ବିଶେଷଜ୍ଞମାନେ ମଧ୍ୟ ମତ ରଖିଛନ୍ତି ଯେ, ଆମାଜନ ଚଳିତ ବର୍ଷ ଜାନୁଆରୀରେ ଅନେକ ଲୋକଙ୍କୁ ଛଟେଇ କରିପାରେ ।

Get real time updates directly on you device, subscribe now.