fbpx
BJD SKY
BJD SKY

ବିହାରରେ ନୀତିଶ ମୁଖ୍ୟମନ୍ତ୍ରୀ ହେଲେ ଚାଲୁଛି ଲାଲୁଙ୍କ ଶାସନ ! ଚିନ୍ତାରେ ନୀତିଶ, ସହଯୋଗୀ ଦଳର ନେତାଙ୍କ ନେଲେ କ୍ଲାସ

BJD

ନୂଆଦିଲ୍ଲୀ: ବିହାରରେ ଏବେ ରାଜନୈତିକ ପାଣିପାଗ କିଛି ଠିକ୍ ନାହିଁ । ଏହାକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ଆକ୍ରାମକ ମୁଡ୍ରେ ରହୁଛନ୍ତି । ଗତ ୩ ଦିନ ମଧ୍ୟରେ ସେ ନିଜ ଗଠବନ୍ଧନ ସହଯୋଗୀ ଦୁଇ ଦଳର ୩ ନେତାଙ୍କର କ୍ଲାସ ନେଇଛନ୍ତି । ଏପରି ସମୟରେ ବିପକ୍ଷ ବିଜେପି ଓ ଏହାର ନେତୃତ୍ୱ ବାଲା ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ (ଏନଡିଏ)ରେ ସାମିଲ ନେତା ଦାବୀ କରୁଛନ୍ତି କି ନୀତିଶଙ୍କ ପାର୍ଟିର ବହୁ ବିଧାୟକ ସେମାନଙ୍କ ସହ ସଂପର୍କରେ ଅଛନ୍ତି ସେତେବେଳେ ନୀତିଶ କୁମାରଙ୍କ ଏପରି ଆକ୍ରାମକ ଆଚରଣର ରାଜେନୈତିକ ଉଦ୍ଦେଶ୍ୟ କାଢି ବାହାର କରାଯାଉଛି । ରାଜନୈତିକ ବିଶ୍ଲେଷକ ରଶିଦ କିଦୱାଇ କହିଛନ୍ତି ନୀତିଶ ବଡ ଶାନ୍ତ ସୁଧାର ବ୍ୟକ୍ତି । ଏଣୁ ସେ ଗଠବନ୍ଧନର ସହଯୋଗୀ ଦଳ ଉପରେ ରାଗୁୁଛନ୍ତି ମାନେ ଏହା ପଛରେ କିଛି ଯଥାଯଥ କାରଣ ରହିଛି ।

ନୀତିଶଙ୍କ ଆଚରଣରୁ ରାଜନୈତିକ ହାୱା କେଉଁଆଡକୁ ବହୁଛି ତାହା ମଧ୍ୟ ଅନୁମାନ କରି ହେଉଛି । ମହାରାଷ୍ଟ୍ରରେ ବଦଳିଥିବା ରାଜନୈତିକ ସମୀକରଣ ପରେ ବିହାରରେ ହଲଚଲ ବଢିଯାଇଛି । ଲୋକଜନଶକ୍ତି ପାର୍ଟି ଅଧ୍ୟକ୍ଷ ଚିରାଗ ପାଶୱାନ କହିଛନ୍ତି ଜେଡିୟୁର ବହୁ ବିଧାୟକ ତାଙ୍କ ସହ ସଂପର୍କରେ ଅଛନ୍ତି ।
ବିରୋଧୀ ଦଳଙ୍କ ଏପରି ଦାବୀ ପରେ ନୀତିଶ ସକ୍ରିୟ ହୋଇ ଉଠିଛନ୍ତି । ନିଜ ବିଧାୟକ ଓ ସାଂସଦଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ବିହାର ରାଜନୀତିକୁ ନେଇ ଏବେ ଚର୍ଚ୍ଚା ବଢିଯାଇଛି । ଅନ୍ୟପକ୍ଷରେ ଗତ କିଛି ସମୟ ଧରି ଲାଲୁ ଯାଦବଙ୍କ ଛବି ରାଜ୍ୟରେ ସୁପର ସିଏମ୍ ପରି ରହିଛି । ଏହାକୁ ନେଇ ନୀତିଶ କୁମାର ନାରାଜ ଥିବା କଥା କୁହାଯାଇଛି ।

ଲାଲୁ ଯାଦବ ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖରଙ୍କୁ ନିଜ ଆବାସକୁ ଡକାଇ କଥାବାର୍ତ୍ତା କରିବା ପରଠାରୁ ନୀତିଶଙ୍କ ରାଗ ବଢିଯାଇଛି । ଏବେ କୁହାଯାଉଛି ରାଜ୍ୟରେ ନୀତିଶ ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ଲାଲୁଙ୍କ ସରକାର ଚାଲୁଛି । ଏବେ ନୀତିଶ କୁମାର ଲାଲୁ ପରିବାରର ସବୁଠାରୁ ନିକଟତର ତଥା ରାବିଡି ଦେବୀଙ୍କ ଲେଖାଯୋଖା ଭାଇ ସୁନୀଲ ସିଂହଙ୍କ ଉପରେ ବର୍ଷିଛନ୍ତି ଯାହା ଲାଲୁଙ୍କ ସୁପର ସିଏମ୍ ଇମେଜ୍ ଭାଙ୍ଗିବା ଦିଗରେ ଏକ ପ୍ରୟାସ ବୋଲି କୁହାଯାଉଛି ।

Get real time updates directly on you device, subscribe now.