fbpx

(Video) ସତ ହେଉଛି ମାଳିକା! ଅଚାନକ ପାତାଳପୁରୀକୁ ଫିଟିଲା ରାସ୍ତା… ଏଥର ଧ୍ୱଂସ ହେବ ପୃଥିବୀ

ଓଡ଼ିଶା ଭାସ୍କର: ୨୨ ପାହାଚେ ଖେଳିବ ମୀନ, ରତ୍ନ ସିଂହାସନକୁ ସମୁଦ୍ର ଜଳରାଶି ଛୁଇଁବ । ପୃଥିବୀ ଧ୍ୱଂସ ହେବା ନେଇ ବାରମ୍ବାର ସଂକେତ ଦେଉଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା । ସାରା ଜୀବଜଗତ ପ୍ରତି ଘୋଟି ଆସୁଛି ବଡ଼ ବିପଦ । ଖୁବଶୀଘ୍ର ଶେଷ ହୋଇଯିବ ଏହି ସୁନ୍ଦର ପୃଥିବୀ, ପାତାଳପୁରୀରେ ଲୀନ ହୋଇଯିବ ଏ ଜୀବଜଗତ । ମନ ଗଢା କାହାଣୀ ନୁହେଁ, ମାଳିକା ବଚନ ଅନୁସାରେ, ପୃଥିବୀର କୋଣ ଅନୁକୋଣରୁ ଏଭଳି ଅନେକ ପୂର୍ବ ସଙ୍କେତ ମଧ୍ୟ ମିଳୁଛି । ଯାହାକି ଗୋଟେ ପରେ ଗୋଟେ ସତ ହେବାରେ ଲାଗିଛି । ତେବେ ସତରେ କଣ ପାତାଳପୁରୀରେ ସାରା ଦୁନିଆ ଚାପି ହୋଇ ଶେଷ ହୋଇଯିବ? ଏମିତି ଅନେକ ପ୍ରଶ୍ନ ଯାହା ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

ଏବେ ମାଳିକାର ପ୍ରତିଟି ଲେଖା ଅକ୍ଷରେ ଅକ୍ଷରେ ସତ ହେଉଛି । ଯାହାକୁ ଅଣଦେଖା କରିହେବ ନାହିଁ । ମହାପୁରୁଷ ଅଚ୍ୟୁତାନନ୍ଦ ଲେଖି ଯାଇଥିବା ଅନେକ ଭବିଷ୍ୟବାଣୀ ସତ ହୋଇଆସିଛି । ଏବେ ଆଉଏକ ଘଟଣା ସତ ହେବାକୁ ଯାଉଥିବା ଦେଖିବାକୁ ମିଳୁଛି । କଳିଯୁଗ ଅନ୍ତ ହେବାର ଆଉ ଗୋଟିଏ ଝଲକ ଏବେ ଦେଖିବାକୁ ମିଳିଛି । ପାପୀଙ୍କ ପାଇଁ ଖୋଲିଛି ପାତାଳକୁ ରାସ୍ତା । ପ୍ରତିଦିନ ଏଇ ମାଟି ମା ଉପରେ ଅନେକ ଅପରାଧ, ଅନ୍ୟାୟ, ଅତ୍ୟାଚାର ବଢିବାରେ ଲାଗିଛି । ବର୍ତ୍ତମାନ ପ୍ରକୃତି ଯାହାର ପ୍ରତିଶୋଧ ନେଉଛି ବୋଲି ଆଲୋଚନା ହେଉଛି । ଫଳରେ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଘଟି ଚାଲିଛି ଅନେକ ଅଜବ ଘଟଣା । ଯାହା ମଣିଷ ଦ୍ୱାରା ସମ୍ଭବ ନୁହେଁ, ସେସବୁକୁ ପ୍ରକୃତି କରି ଦେଖାଉଛି । ଆଉ ଏମିତି କିଛି ଝଲକ ଦେଖିବାକୁ ମିଳିଛି ରାଜସ୍ଥାନରେ । ରାଜସ୍ଥାନର ବିକାନେର ଜିଲାରେ ନିକଟରେ ମାଟି ପ୍ରାୟ ୭୦ ଫୁଟ ତଳକୁ ଧସେଇ ହୋଇଛି । ଯାହା ଫଳରେ ବିରାଟ ଗର୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ସ୍ଥାନୀୟ ଗାଁ ଲୋକଙ୍କ ମଧ୍ୟରେ ଛନକା ପଶିଛି । ଭୟରେ କେହି ସେହି ସ୍ଥାନକୁ ଯାଉନାହାନ୍ତି ।

ଏହି ଘଟଣାକୁ ଏବେ ୪ ଦିନ ବିତିସାରିଥିଲେ ବେ ଏହାକୁ ନେଇ ଏବେ ଚାରିଆଡେ ଚର୍ଚା ଜୋର ଧରିଛି । ମାଟି କାହିଁକି ଧସେଇ ହେଲା, କଣ କାରଣ ରହିଛି ସେ ନେଇ ତଦନ୍ତ ଆରମ୍ଭ କରିଛି ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ । କିନ୍ତୁ ଏବେ ସେଠାରେ ଦିନ ରାତି ପୁଲିସ ନିୟୋଜିତ ହୋଇ ରହିଛନ୍ତି । ସ୍ଥାନୀୟ ଲୋକେ ଭାବୁଛନ୍ତି ମାଟି ତଳେ ଦାନବ ମାନେ ଥିବେ ବୋଲି । ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କଥା ଆଲୋଚନା ହେଉଥିବା ବେଳେ କିଛି ଲୋକେ ଏହାକୁ କଳିଯୁଗ ଅନ୍ତର ଏହା ଆରମ୍ଭ ମାତ୍ର ବୋଲି ମଧ୍ୟ କହୁଛନ୍ତି । ତେବେ ଜିଓଲୋଜି ଏକ୍ସପର୍ଟଙ୍କ ଅନୁସାରେ, ପୂର୍ବରୁ ସେହି ସ୍ଥାନରେ ୱାଟର ଲଗିଂ ଥିବ, ଯେଉଁ କାରଣ ପାଇଁ ମାଟି ଧସେଇ ହୋଇଥିବା ବୋଲି ଅନୁମାନ କରୁଛନ୍ତି ।

Get real time updates directly on you device, subscribe now.