fbpx

ଲାପଟପ୍ ନା ୱେଡ଼ିଂ କାର୍ଡ଼ ! ନିଆରା ଢ଼ଙ୍ଗରେ ଅତିଥିଙ୍କୁ ନିମନ୍ତ୍ରଣ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଷ୍ଟ

ଓଡ଼ିଶା ଭାସ୍କର: ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ବିବାହ । ମନଲାଖି ଜୀବନସାଥିଟିଏ ପାଇବା ପାଇଁ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି । ସାଧାରଣତଃ ପରିବାରରେ ବିବାହ ପ୍ରସ୍ତାବ ଠାରୁ ଆରମ୍ଭ କରି ବିବାହ ସମାପନ ପର୍ଯ୍ୟନ୍ତ ମାତା ପିତାମାନେ ଗୁରୁ ଦାୟିତ୍ୱ ତୁଲାଇଥାନ୍ତି । ଅତିଥି, ମଣ୍ଡପ ବୁକିଂ, କ୍ୟାଟେରିଂ, ଭାର, ବ୍ୟୁଟି ପାର୍ଲର, ଗାଡ଼ି ଭଡ଼ା, ସାଜସଜ୍ଜା ଇତ୍ୟାଦି ଭଳି ଖର୍ଚ୍ଚ ଇତ୍ୟାଦି ପରିବାର ଲୋକମାନେ ମିଳିମିଶି ଚଳାଇଥାନ୍ତି । ଅପରପକ୍ଷରେ ପୁଅ ଝିଅମାନେ ପରସ୍ପରକୁ ପସନ୍ଦ କରିବା ପରେ ପ୍ରି ୱେଡିଂ ଫଟୋ ଶୁଟ୍ ଏବଂ ପୋଷ୍ଟ ୱେଡ଼ିଂ ଫଟୋ ଶୁଟକୁ ନେଇ ବେଶି ଉତ୍ସାହିତ ଥାନ୍ତି । ଦମ୍ପତି ଡ୍ରେସ୍ କୋଡ୍ ଠାରୁ ଆରମ୍ଭ କରି ହନିମୁନ୍ ପର୍ଯ୍ୟନ୍ତ ପ୍ଲାନିଂ କରିଥାନ୍ତି । ଏଥିମଧ୍ୟରେ ‘ୱେଡିଂ କାର୍ଡ଼’ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ପରିବାର, କୁଟୁମ୍ବ ଏବଂ ଅତିଥିଙ୍କୁ ବିବାହ ଉତ୍ସବରେ ନିମନ୍ତ୍ରଣ କରି ବର-ବଧୂଙ୍କୁ ଆର୍ଶୀବାଦ ଦେବା ପାଇଁ ସମ୍ମାନର୍ଥେ ନିମନ୍ତ୍ରଣ କାର୍ଡ଼ ଦିଆଯାଇଥାଏ । ନିକଟରେ ତାମିଲନାଡୁରେ ଦମ୍ପତିଙ୍କ ନିଆରା ନିମନ୍ତ୍ରଣ କାର୍ଡ଼ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ତାମିଲନାଡ଼ୁବାସୀ ମନୋଜ କୁମାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୃଜନଶୀଳ ୱେଡିଂ କାର୍ଡ଼ ଶେୟାର କରି ଲେଖିଥିଲେ, ‘ସମସ୍ତଙ୍କୁ ମୋ ବିବାହ ରିସେପସନ ପାଇଁ ନିମନ୍ତ୍ରଣ କରିବା ମୋ ସୌଭାଗ୍ୟ ଅଟେ । ଆସନ୍ତା ସେପ୍ଟେମ୍ବର ୧୬, ୨୦୨୪ ଦିନ ୧୧ଟା ସ୍ଥାନ କୋଙ୍ଗୁ ଥିରୁମାନା ମଣ୍ଡପମ୍‌, ଜିକେ ରୋଡ୍‌, ହରୁର ଧରମପୁରୀରେ ଏହି ରିସେପ୍ସନ୍ ଆୟୋଜିତ ହେବ ।’ ଏହା ଦେଖିବାକୁ ଅବିକଳ Apple MacBook ଭଳି । ପ୍ରଥମ ଥର ଏହାକୁ ଯିଏ ବି ଦେଖିବ ଧୋକା ଖାଇଯିବ । ଲାପଟପ୍ ଥିମରେ ହୋଇଥିବା ଏହି ୱେଡିଂ କାର୍ଡ଼ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

 

View this post on Instagram

 

A post shared by Manoj Kumar (@manoj_rationalist)

 

Get real time updates directly on you device, subscribe now.