fbpx

ଆସନ୍ତା କାଲିଠୁ ରତ୍ନଭଣ୍ଡାର ଲେଜର ସ୍କାନିଂ: ଏଏସଆଇ ଦେବ ଫାଇନାଲ ରିପୋର୍ଟ

ପୁରୀ: ଆସନ୍ତା କାଲିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ ହେବ । କାର୍ତ୍ତିକ ମାସରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ଣ୍ଣିମା ପରଦିନ ଏହି ସ୍କାନିଂ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବାହାର ପଟ କାନ୍ଥର ପ୍ରଥମେ ସ୍କାନିଂ କରାଯାଇ ଫାଟ ଏବଂ ଅନ୍ୟାନ୍ୟ ସମସ୍ୟାକୁ ସମୀକ୍ଷା କରାଯିବ । ପରେ ପାର୍ଶ୍ୱ ଦେବ ଦେବୀଙ୍କ ମନ୍ଦିରକୁ ମଧ୍ୟ ସ୍କାନିଂ କରାଯିବ ।

ବାହାର କାନ୍ଥର ସ୍କାନିଂ କରି ଫାଇନାଲ ରିପୋର୍ଟ ପ୍ରଦାନ କରିବ ଏଏସଆଇ । ଏହା ପରେ ଏ ନେଇ ବୈଷୟିକ ଟିମ ଏନେଇ ସମୀକ୍ଷା କରିବ । ତେବେ ଏହାପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Get real time updates directly on you device, subscribe now.