fbpx

ପ୍ରଣବ ମୁଖାର୍ଜୀଙ୍କ ଅନ୍ତିମ ଦର୍ଶନ

ନୂଆଦିଲ୍ଲୀ,୧ ।୯ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୨ଟାରେ ଦିଲ୍ଲୀର ଲୋଧି ରୋଡରେ କରାଯିବ । ପ୍ରାୟ ୧୨ଟା ସମୟରେ ତାଙ୍କର ପାର୍ଥିବ ଶରୀରର ଶେଷ ଦର୍ଶନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ପହଞ୍ଚି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଆର୍ମିର ହସ୍ପିଟାଲରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀରକୁ ରାଜାଜୀ ମାର୍ଗ ସ୍ଥିତ ସରକାରୀ ଆବାସକୁ ଅଣାଯାଇଛି । ଏଠାରେ ହିଁ ସଭିଏଁ ତାଙ୍କର ଶେଷ ଦର୍ଶନ କରୁଛନ୍ତି । ରାଜାଜୀ ମାର୍ଗରେ ଅନ୍ତିମ ଦର୍ଶନ କରୁଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ।

ମୋଦୀଙ୍କ କ୍ୟାବିନେଟ ବୈଠକରେ ଭିଡ଼ିଓ କନଫରେନ୍ସ ଜରିଆରେ ଏହି ବୈଠକରେ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ନିଧନରେ ଏକ ପ୍ରସ୍ତାବ ମଧ୍ୟ ଗୃହୀତ କରାଯିବ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବାଚସ୍ପତି, ପ୍ରତିରକ୍ଷା ମନ୍ତ୍ରୀ, କ୍ୟାବିନେଟ ସଚିବ କରିବେ ଶେଷ ଦର୍ଶନ, CDS, ପ୍ରତିରକ୍ଷା ଓ ଗୃହ ସଚିବ ମଧ୍ୟ ଶେଷ ଦର୍ଶନ କରୁଛନ୍ତି । ଦିନ ୧୧ଟାରୁ ୧୨ଟା ଯାଏ ସାଧାରଣ ଲୋକଙ୍କ ପାଇଁ ଶେଷଦର୍ଶନ ବ୍ୟବସ୍ଥା ରହିଛି । କୋଭିଡ ନିୟମ ଅନୁସାରେ ଶେଷକୃତ୍ୟ ଓ ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ ହେବ ।

Get real time updates directly on you device, subscribe now.