fbpx
BSKY SKY
BSKY SKY

ଏହିସବୁ କାର୍ ପ୍ରତି ଲତାଙ୍କର ଥିଲା ଖାସ୍ ଦୁର୍ବଳତା, ଛାଡ଼ିଗଲେ କୋଟି କୋଟି ଟଙ୍କାର ସମ୍ପତ୍ତି

BSKY

ମୁମ୍ବାଇ: ଚିରନିଦ୍ରାରେ ଶୋଇଯାଇଛନ୍ତି କୋକିଳକଣ୍ଠୀ ଲତା ମଙ୍ଗେସକର୍ । ସାରା ବିଶ୍ୱ ତାଙ୍କ ବିୟୋଗରେ ମିୟମାଣ ହୋଇପଡ଼ିଛି । ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ସକାଳ ୮ଟା ୧୨ ମିନିଟ୍ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମଧ୍ୟପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ବଲିଉଡ଼ର ବୁଲବୁଲ ଲତା ମଙ୍ଗେସକର । ସେ ପୁରା ୩୬ ଟି ଭାରତୀୟ ଭାଷାରେ ଗୀତ ଗାଇଛନ୍ତି । ଭାରତ ରତ୍ନ, ପଦ୍ମ ଭୂଷଣ, ପଦ୍ମ ବିଭୂଷଣ ଏମିତିକି ଦାଦା ସାହେବ ଫାଲକେ ପୁରସ୍କାର ବି ସେ ପାଇଛନ୍ତି । ଆଉ ଏବେ ୯୨ ବର୍ଷ ବୟସରେ ଆଖି ବୁଜି ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି ସେ ।

ସଙ୍ଗୀତ ବ୍ୟତୀତ କାର୍ ଓ କ୍ରିକେଟ୍ ର ସଉଖିନିଆ ଥିଲେ ଲତା ମଙ୍ଗେସକର୍ । ୩୬ ଭାଷାରେ ୫୦ ହଜାର ରୁ ଅଧିକ ଗୀତ ଗାଇଛନ୍ତି ଲତା । ତାହେଲେ ଚାଲନ୍ତୁ ଜାଣିବା ଲତାଙ୍କ କାର୍ ଓ ନେଟୱର୍ଥ ସମ୍ପର୍କରେ ।

ମିଡିଆ ରିପୋର୍ଟ ମୁତାବକ, ଲତା ମଙ୍ଗେସକର୍ ୧୩ ବର୍ଷ ବୟସରେ ଡେବ୍ୟୁ କରିଥିଲେ । ତାଙ୍କ ପ୍ରତମ ରୋଜଗାର ୨୫ ଟଙ୍କା ଥିଲା । ତାଙ୍କ ଜୀବନଶୈଳୀ ଖୁବ୍ ସରଳ କିନ୍ତର୍କାର୍ ଗୁଡ଼ିକର ଏକ ସୁନ୍ଦର କଲେକ୍ସନ୍ ଥିଲା ଲତାଙ୍କ ପାଖରେ । ରିପୋର୍ଟ ଅନୁଯାୟୀ, ଲତା ଦିଦିଙ୍କ ପାଖରେ ୩୭୦ କୋଟି ଟଙ୍କା ସମ୍ପତ୍ତି ରହିଛି । ଅଧିକାଂଶ ରୋଜଗାର ତାଙ୍କର ଗୀତ ପରିବେଷଣ ଓ ରିୟଲିଟି ଶୋ ଦ୍ୱାରା କରିଛନ୍ତି । ଏହା ବ୍ୟତୀତ ସେ ଖୁବ୍ ଭଲ କ୍ଷେତ୍ରରେ ନିବେଶ ବି କରିଛନ୍ତି । ସେ ସାଉଥ୍ ମୁମ୍ବାଇର ପେଡର୍ ରୋଡ୍ ରେ ସ୍ଥିତ ପ୍ରଭାକୁଞ୍ଜ ଭବନରେ ରହୁଥିଲେ ।

ମଙ୍ଗେସକର୍ ଙ୍କ ପାଖରେ ଏକ ଶାନଦାର୍ କାର୍ କଲେକ୍ସନ୍ ରହିଥିଲା । କାରଣ ତାଙ୍କର ଷ୍ଟାଇଲିସ୍ କାର୍ ପ୍ରତି ବିଶେଷ ଦୁର୍ବଳତା ରହିଥିଲା । ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ସେ ଖୁବ୍ ମାତ୍ରାରେ କାର୍ ସଉଖିନିଆ ଅଟନ୍ତି । ସର୍ବପ୍ରଥମେ ଇନ୍ଦୋରରେ ସେ ଏକ CheVrolet କିଣିଥିଲେ । ସେ ଏହାକୁ ନିଜ ମାଆଙ୍କ ନାମରେ କିଣିଥିଲେ । ଏହାପରେ ତାଙ୍କ ଗ୍ୟାରେଜ୍ କୁ Buick କାର୍ ଆସିଥିଲା । ତାଙ୍କ ପାଖରେ Chrysler କାର୍ ବି ରହିଛି ।

ଲତା ଦିଦିଙ୍କୁ ୟଶ୍ ଚୋପ୍ରା ଏକ ମର୍ସିଡିଜ୍ ଗିଫ୍ଟ କରିଥିଲେ । ସେ ଏକ ଇଣ୍ଟରଭିୟୁରେ କହିଥିଲେ ଯେ, “ଦିବଙ୍ଗତ ୟଶ୍ ଚୋପ୍ରା ମୋତେ ନିଜ ଭଉଣୀ ବୋଲି ମାନୁଥିଲେ ଓ ଖୁବ୍ ସ୍ନେହ କରୁଥିଲେ । ବୀରଜରା ମ୍ୟୁଜିକ୍ ରିଲିଜ୍ ସମୟରେ ଏକ ମର୍ସିଡିଜ୍ କାର୍ ର ଚାବି ମୋ ହାତରେ ଦେଇଥିଲେ ଓ କହିଥିଲେ ଯେ, ମୋତେ କାର୍ ଗିଫ୍ଟ କରିଛନ୍ତି । ମୋ ପାଖରେ ଏବେ ବି ସେହି କାର୍ ଅଛି” ।

 

Get real time updates directly on you device, subscribe now.