fbpx

ଲତାଙ୍କୁ ଝୁରୁଛି ଓଡ଼ିଶା: ଦୁଇଟି ଓଡ଼ିଆ ଫିଲ୍ମରେ ଗୀତ ଗାଇଥିଲେ କୋକିଳକଣ୍ଠୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତୀୟ ସଙ୍ଗୀତ ଜଗତର ଆକାଶରୁ ଆଜି ଗୋଟିଏ ତାରାଟିଏ ସବୁଦିନ ବିଚ୍ଛିନ୍ନ ହୋଇଯାଇଛି । ଲତା ରୂପି ଏହି ତାରାଟି ଆଜି ଅଭିମାନ କରି ଚିର ନିଦ୍ରାରେ ଶୋଇଯାଇଛି । କୋକିଳକଣ୍ଠୀ, ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ବିୟୋଗରେ ଆଜି ସମଗ୍ର ଭାରତବର୍ଷ କାନ୍ଦୁଥିବା ବେଳେ ଓଡ଼ିଶାବାସୀ କେମିତି ଏହାକୁ ସହ୍ୟ କରିବେ । ନିଜର ୭୦ ବର୍ଷର ସଙ୍ଗୀତ କ୍ୟାରିୟର ମଧ୍ୟରେ ଲତା ମାତ୍ର ଦୁଇଟି ଫିଲ୍ମରେ ଗୀତ ଗାଇ ଓଡ଼ିଆ ସଙ୍ଗୀତ ଜଗତରେ ନିଜର ପାଦ ଚିହ୍ନ ଛାଡ଼ି ଯାଇଛନ୍ତି ।

ଲତା ସମୁଦାୟ ୨ଟି ଓଡ଼ିଆ ଫିଲ୍ମରେ ନିଜର କଣ୍ଠଦାନ କରି ଓଡ଼ିଶାର ଜନସାଧାରଣଙ୍କୁ ଉପହାର ଦେଇଥିଲେ । ଅରୁନ୍ଧତୀ ଫିଲ୍ମର ‘ଆଜି ମୁଁ ଶ୍ରାବଣୀ’ ଓ ସୂର୍ଯ୍ୟମୁଖୀ ଫିଲ୍ମର ‘ସେଇ ଚୁନାଚୁନା ଫୁଲ’ ଗୀତ ଆଉ କିଏ ଗାଇବ? ଉକ୍ତ ଫିଲ୍ମର ନିର୍ମାତା, ନିର୍ଦ୍ଦେଶକ, ସମସ୍ତ କଳାକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଆଜି ଲତାଙ୍କ ସ୍ମୃତିକୁ ମନେପକାଉଛନ୍ତି । ଆଜି ଏଇ ଗୀତର ସାମାନ୍ୟ ଝଲକ କାନରେ ଟିକିଏ ବାଜିଗଲେ ସତେ ଯେମିତି ଏ ମନଟା ଭାବପ୍ରବଣ ହୋଇଉଠେ । ଲତା ନିଜର ସଙ୍ଗୀତ କ୍ୟାରିୟର ମଧ୍ୟରେ ୩୬ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଥିବା ବେଳେ ୩ଟି ବିଦେଶୀ ଗୀତରେ କଣ୍ଠଦାନ କରିଛନ୍ତି ।

Get real time updates directly on you device, subscribe now.