Late Breakfast ହୋଇପାରେ କ୍ଷତିକାରକ, Brainରୁ ଲିଭିଯିବ ସବୁତକ ମେମୋରୀ: ଏହି ରୋଗକୁ ନେଇ ବିପଦ

ନୂଆଦିଲ୍ଲୀ: ସକାଳର ଜଳଖିଆ ପ୍ରତ୍ୟେକ ବ୍ୟକ୍ତି ପାଇଁ ବେଶ୍ ଜରୁରୀ ହୋଇତାଏ । ଜଣେ ବ୍ୟକ୍ତିଙ୍କୁ ସତେଜ ଏବଂ ମାନସିକ ସ୍ତରରେ ଆକ୍ଟିଭ ରଖିବାରେ ଏହା ବେଶ୍ ସହାୟକ ହୋଇଥାଏ । ଶାରୀରିକ ତଥା ମାନସିକ ସ୍ତରରେ ବେଶ୍ ଫାଇଦା ଦେଇଥଏ ସକାଳ ଜଳିଖିଆ । କିନ୍ତୁ ଅନେକ ଥର ସମୟ ଅଭାବରୁ ଅଧିକାଂଶ ଲୋକେ ବ୍ରେକଫାଷ୍ଟ କରିବାକୁ ଭୁଲି ଯାଆନ୍ତି ବା ଖାଆନ୍ତି ନାହିଁ । ତେବେ ଏଭଳି ନିଷ୍ପତ୍ତି ବା କର୍ଯ୍ୟକଳାପ ମଣିଷ ପାଇଁ ବଡ଼ ବିପଦ ପାଲଟି ଯାଇପାରେ । ବ୍ରେକଫାଷ୍ଟ ନ କରିବା ଏକ ବଡ଼ ରୋଗର କାରଣ ହୋଇପାରେ । ଏ ନେଇ ନିକଟରେ ଏକ ଷ୍ଟଡିରୁ ଖୁଲାସା ହୋଇଛି ।

ଅନେକ ସମୟରେ ବ୍ରେକଫାଷ୍ଟ ସ୍କିପ କରିବା ଦ୍ୱାରା ଡିମେନସିଆ ଭଳି ରୋଗର ଶିକାର ହୋଇଥାନ୍ତି ଲୋକେ । ଡିମେନସିଆ ହେଉଛି ବ୍ରେନ ସ ଜଡ଼ିତ ଏମିତି ଏକ ରୋଗ, ଯେଉଁଥିରେ ସଂଜ୍ଞାନାତ୍ମକ କ୍ଷମତା ହ୍ରାସ ପାଇଥାଏ । ଏହାସହିତ ସ୍ମରଣଶକ୍ତି, ବିଚାର ଶକ୍ତି ଏବଂ ନିଷ୍ପତ୍ତି ନେବାର କ୍ଷମତା ଉପରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୁଏ । ଜଳଖିଆ ନ ଖାଇବା ଦ୍ୱାରା ଶରୀରରେ ଚାପ ବୃଦ୍ଧି ପାଇଥାଏ । ଏହାଦ୍ୱାରା ମଣିଷ ମସ୍ତିଷ୍କର କୋଷିକା ଗୁଡ଼ିକ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ ।

ଏକ ରିପୋର୍ଟରେ କୁହାଯାଇଛି ଯେ, ସକାଳ ଜଳଖିଆ ସ୍କିପ୍ କରିବା ମସ୍ତିଷ୍କ ପାଇଁ ବେଶ୍ କ୍ଷତିକାରକ ହୋଇପାରେ । ଏ ନେଇ ଏକ ବଡ଼ ଅଧ୍ୟୟନ କରିଛନ୍ତି ରିସର୍ଚ୍ଚର । ତେବେ ଜଳଖିଆ ନ ଖାଉଥିବା ଲୋକଙ୍କ ଚାପ ଖୁବ ମାତ୍ରାରେ ବୃଦ୍ଧି ପାଏ ଏବଂ କୋର୍ଟିସୋଲ ନାମକ ହରମୋନ କ୍ଷରଣ ହୋଇଥାଏ । ଏହା ପେଟରେ ଚର୍ବି ବୃଦ୍ଧି କରିବା ସହ ମସ୍ତିଷ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ।

ବିଶେଷଜ୍ଞଙ୍କ ଅନୁସାରେ, ଜଳଖିଆ ଆମ ଶରୀରରେ ବ୍ଲଡସୁଗାରସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ଏହା ମସ୍ତିଷ୍କ ପାଇଁ ବେଶ୍ ଆବଶ୍ୟକ ହୋଇଥାଏ । ଜଳଖିଆ ନ ଖାଇଲେ ଶରୀରରେ ଗ୍ଲକୋଜ ପରିଣାମ ହ୍ରାସ ପାଇଥାଏ । ଏହା ମଣିଷକୁ ଚିନ୍ତା କରିବା ଏବଂ ଧ୍ୟାନ କେନ୍ଦ୍ରିତ କରିବାରେ ସମସ୍ୟା ଦେଖାଦିଏ । ତେବେ ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକଳାପ କଲେ ମସ୍ତିଷ୍କରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

୨୦୧୫-୨୦୧୮ ମଧ୍ୟରେ ୨୦ ବର୍ଷଏବଂ ଏହାଠାରୁ ଅଧିକ ବୟସର ଆମେରିକା ଲୋକଙ୍କ ଉପରେ ଏକ ଡାଟା ଏକତ୍ର କରାଯାଥିଲା । ଏଥିରେ ପ୍ରାୟ ୧୫% ଲୋକ ଲଗାତାର ଭାବରେ ଜଳଖିଆ ସ୍କିପ୍ କରିଥାନ୍ତି । ବ୍ୟସ୍ତତା, ଉପବାସ ତଥା ଓଜନ କମ୍ କରିବର ପ୍ରୟାସରେ ଲୋକେ ଜଳଖିଆ ସ୍କିପ୍ କରିଥାନ୍ତି । ଯାହା ଫଳରେ ଶରୀରରେ ଏଭଳି ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ।