ଅଦିନିଆ ରଥଯାତ୍ରା ନେଇ ଆଇନ ମନ୍ତ୍ରୀଙ୍କ ଚେତାବନୀ, ବନ୍ଦ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ
ଅଦିନିଆ ରଥଯାତ୍ରା କଲେ ନିଆଯିବ ଆଇନଗତ ପଦକ୍ଷେପ ।
ଭୁବନେଶ୍ବର: ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଆଇନ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ବନ୍ଦ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ଆଇନ ମନ୍ତ୍ରୀଙ୍କ କହିବା ଅନୁସାରେ, “ଶ୍ରୀ ମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି । ଗଜପତି ମହାରାଜା ଇସ୍କନ୍କୁ ଚିଠି ଲେଖି ବାରଣ କରି ସାରିଛନ୍ତି । ନୂଆପଡ଼ାରେ ହେଉଥିଲା ବେଳେ ଆମେ ବନ୍ଦ କରି ସାରିଛୁ । ଅନ୍ୟ ସ୍ଥାନରେ ବନ୍ଦ ନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ । ”
ଯଦି କେହି ଅଦିନିଆ ରଥଯାତ୍ରା କରିବେ ତେବେ ତାଙ୍କ ଉପରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚତନ୍ଦନ କହିଛନ୍ତି । ଅଦିନିଆ ରଥଯାତ୍ରା ନେଇ ଗତକାଲି ଗଜପତି ମହାରାଜା ବନ୍ଦ କରିବାକୁ ଚିଠି ଲେଖିଥିଲେ ।
ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ବାରମ୍ବାର ଚିଠି କରିବା ସତ୍ତ୍ବେ ଇସ୍କନ ମାନି ନଥିଲା । ଏହାରି ଭିତରେ ଆଉନ ମନ୍ତ୍ରୀ ଆଜି ପୁଣିଥରେ ଚେତାବନୀ ଦେଇଛନ୍ତି ।