fbpx

ମୁମ୍ବାଇରେ ସବୁ ମାସ ୧୦ କିଲୋ ଡ୍ରଗ୍ସ ପହଞ୍ଚାଉଥିବା ଓକିଲ ବାନ୍ଧିଲା ପୋଲିସ୍‌, ୨.୩୫ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ

ମୁମ୍ବାଇ : ମୁମ୍ବାଇରେ ସବୁ ମାସ ୧୦ କିଲୋ ଡ୍ରଗ୍ସ ପହଂଚାଉଥିବା ଓକିଲ ରାଜକୁମାର ରାଜହଂସଙ୍କୁ ଶୁକ୍ରବାର ଦିନ ପୋଲିସ୍‌ର ଆଣ୍ଟି ନାର୍କୋଟିକ୍ସ ସେଲ୍‌(ଏଏନ୍‌ସି) ଗିରଫ କରିଛି । ସତ୍ର ନ୍ୟାୟାଳୟ ଅଭିଯୁକ୍ତଙ୍କୁ ୨୨ ନଭେମ୍ବର ପର୍ଯ୍ୟନ୍ତ ପୋଲିସ୍‌ ହେପାଜତରେ ପଠାଇ ଦେଇଛି । ଅଭିଯୁକ୍ତଙ୍କୁ ପଚରାଉଚୁରା ଜାରି ରହିଛି । ପୋଲିସ୍‌ ଉପାୟୁକ୍ତ(ଏଏନ୍‌ସି) ଦତା ନଲାବଣ୍ଡେ ସାମ୍ବାଦିକଙ୍କୁ କହିଛନ୍ତି ଯେ ଓକିଲ ରାଜକୁମାର ରାଜହଂସ ମାଲାଡ଼ ଅଂଚଳରେ ସମାଜସେବୀ ଭାବେ ରହୁଥିଲା । ଏଏ୍‌ସି ଗୋପନୀୟ ସୂଚନା ଆଧାରରେ ରାଜକୁମାର ରାଜହଂସର କୋହ୍ଲାପୁର ସ୍ଥିତ ଫାର୍ମ ହାଉସ୍‌ରେ ଚଢ଼ାଉ କରିଥିଲା । ଏହି ସମୟରେ ୨.୩୫ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରାଯାଇଥିଲା । ଘଟଣାସ୍ଥଳରେ ଡ୍ରଗ୍ସକୁ ସମ୍ବର୍ଦ୍ଧିତ କରିବା କାମରେ ଆସୁଥିବା କିଛି ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ନଲାବଡେ କହିଛନ୍ତି ଯେ କୋହ୍ଲାପୁରରେ ଏହି କାର୍ଯ୍ୟାନୁଷ୍ଠାନ ସାକିନାକାରେ ଡ୍ରଗ୍ସ ସହ ଧରାପଡ଼ିଥିବା ଡ୍ରଗ୍ସ ପେଡଲରର ନିଶାନଦେହୀ ଆଧାର ଉପରେ କରାଯାଇଛି । ଏଏନ୍‌ସିର ଟିମ୍‌ ମୁମ୍ବାଇ ସହରରେ ରାଜକୁମାରର ଅନ୍ୟାନ୍ୟ ସାଥୀ ଡ୍ରଗ ପେହଲରୋଙ୍କ ପତା ଲଗାଉଛନ୍ତି ।

Get real time updates directly on you device, subscribe now.