fbpx

ଲକ୍ଷ୍ମୀପୁର ହିଂସା: କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ବିରୋଧରେ ଅଭିଯୋଗ

Advertisement

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରର ଖିରୀରେ ୮ଜଣ ଚାଷୀଙ୍କ ମୃତ୍ୟୁ ପରେ ସେଠାରେ ବର୍ତ୍ତମାନ ହଙ୍ଗାମା ଦେଖିବାକୁ ମିଳିଛି । ତେବେ ଏହି ଲକ୍ଷ୍ମୀପୁର କାଣ୍ଡରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ବିରୋଧରେ ଏଫଆଇଆର୍ ଦିଆଯାଇଛି । ରବିବାର ଦନି ଲକ୍ଷ୍ମୀପୁରର ଖିରୀ ଠାରେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦଙ୍କୁ ଏକ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା । ହେଲେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ହିଁ ଅଘଟଣ ଘଟିଥିଲା । ୮ ଜଣ ଚାଷୀଙ୍କ ଉପରେ ଗାଡ଼ି ମାଡ଼ିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଯାଇଛି । ଘଟଣା ପରେ ତୁରନ୍ତ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି ।

ସୁତ୍ରରୁ ପ୍ରକାଶ ଯେ, ଏହି ମାମଲାରେ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କ ବିରୋଧରେ ପୋଲିସ୍ ଷ୍ଟେସନ୍ ରେ ଅଭିଯୋଗ ଅଣାଯାଇଛି । ଅଭିଯୋଗରେ କୁହାଯାଇଛି ଯେ, ଯେଉଁ ସମୟରେ ଚାଷୀ ମାନେ ଆନ୍ଦୋଳନ କରିବାକୁ ଯାଇଥିଲେ ସେ ସମୟରେ ଆଶିଷ ଚଲାଉଥିବା ଗାଡ଼ି ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଓ ଅନ୍ୟପଟେ ହିଂସାରେ ମୋଟ ୮ଜଣଙ୍କର ମୃତ୍ୟୁ ହୋଇଯାଇଛି ।

କିନ୍ତୁ ଏହି ଅଭିଯୋଗକୁ ଅଜୟ ମିଶ୍ରାଙ୍କ ଖଣ୍ଡନ କରିଛନ୍ତି । ଆଶିଷ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇ ନଥିବା କହିଛନ୍ତି ବାପା ଅଜୟ ମିଶ୍ରା । ସେ କହିଛନ୍ତି ଯେ, କାର୍ଯ୍ୟକ୍ରମ ସମୟରେ ସେଠାରେ ହଜାର ହଜାର ଲୋକଙ୍କ ସହିତ ପୋଲିସ୍ ପ୍ରଶାସନ ସମସ୍ତେ ଉପସ୍ଥିତ ରହିଥିଲେ । ସେ କହିଛନ୍ତି ଯେ, ଆମର ତିନି ଜଣ କାର୍ଯ୍ୟକର୍ତ୍ତାଙ୍କ ସହିତ ଜଣେ ଡ୍ରାଇଭର୍ ଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । ଗାଡ଼ିଟି ସମ୍ପୂର୍ଣ୍ଣ ଭାବରେ ପୋଡ଼ି ଯାଇଛି । ତେଣୁ ଆମେ ବି ଚାହିଁଲେ ଅଭିଯୋଗ କରିବୁ । ଆମ ପାଖରେ ପୂରା ଭିଡିଓ ରହିଛି । ଧାରା ୩୦୨ ଅଧୀନରେ ଏହି ମାମଲାରେ ଯେ କେହି ବି ସାମିଲ ରହିଥିବ ସେମାନଙ୍କ ନାମରେ ମାମଲା ରୁଜୁ କରାଯିବ ।

 

Get real time updates directly on you device, subscribe now.