fbpx

କଂଗ୍ରେସକୁ ଦୁର୍ବଳ କରୁଛି ବାରମ୍ବାର ନେତୃତ୍ୱ ପରିବର୍ତ୍ତନ

Advertisement

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପିପିଲି ନିର୍ବାଚନ ର ଫଳାଫଳକୁ କୁ ନେଇ ଯେଉଁମାନେ ଆସି କଂଗ୍ରେସ ଭବନ ରେ ପିସିସି ସଭାପତି ଓ ଓଡିଶା ପ୍ରଭାରୀଙ୍କ ବିରୁଦ୍ଧରେ ନାରାବାଜି କଲେ ଏବଂ ଗାଦି ଛାଡିବା ପାଇଁ ଦାବି କଲେ ସେମାନଙ୍କ ଏପରି କାର୍ୟ୍ୟକୁ ମୁଁ ପିସିସି ଗଣମାଧ୍ୟମ ସଂଯୋଜକ ଭାବେ ଦୃଢ଼ ନିନ୍ଦା କରିବା ସହ ଅନୁରୋଧ କରୁଛି ଯଦି କାହାର କିଛି ଅଭିଯୋଗ ଅଛି କି କାହା ଉପରେ ରୋଷ କିମ୍ବା ଅଭିମାନ ଅଛି ତେବେ ଦଳୀୟ ଫୋରମ ରେ ଆସି ଅଭିଯୋଗ କରନ୍ତୁ।ଦଳର ସର୍ବୋଚ୍ଚ ନେତୃବୃନ୍ଦ ସାଙ୍ଗରେ କଥାହୁଅନ୍ତୁ।ସବୁ ସମସ୍ୟାର ସମାଧାନ ହୋଇପାରିବ। କିନ୍ତୁ ଏପରି ନ କରି ଗଣମାଧ୍ୟମ ସାମ୍ନାକୁ ଯାଇ ବିଷୋଦଗାର କରିବା ଠିକ ହେଉନାହିଁ।ଏହା ବ୍ୟକ୍ତି ପାଇଁ କ୍ଷତିକାରକ ନ ହେଲେ ବି ଦଳ ପାଇଁ ବିଶେଷ କ୍ଷତିକାରକ। ଏପରି କରିବା କାର୍ୟ୍ୟକୁ ଜନସାଧାରଣ ଗ୍ରହଣ କରୁନାହାନ୍ତି ସେଥିପାଇଁ ଲୋକଙ୍କ ଆସ୍ଥା ଭାଜନ ହୋଇପାରୁନେ ଯାହାଫଳରେ କି ଆମ ଦଳ ବର୍ତ୍ତମାନ ଭାରତର ଶାସନ କ୍ଷମତାରେ ନାହିଁ କି ଦୀର୍ଘ ୨୧ ବର୍ଷ ଧରି ଓଡିଶା ରାଜ୍ୟ କ୍ଷମତାରେ ନାହିଁ। ବର୍ତ୍ତମାନ ଯେପରି ଭାବେ ସାରା ଦେଶରେ ପେଟ୍ରୋଲ ,ଡିଜେଲ,ରନ୍ଧନ ଗ୍ୟାସ ଦରବୃଦ୍ଧି ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଉଛି ଏବଂ ବେକାରୀ ସମସ୍ୟା ସାଙ୍ଗକୁ କୃଷକ ସମସ୍ୟା ବୃଦ୍ଧି ପାଉଛି ଜନସାଧାରଣ ବିକଳ୍ପ ଚାହୁଁଥିଲେ ବି ଆମ ଦଳର ଗୋଷ୍ଠିବିବାଦ ପାଇଁ ଆମ ଦଳକୁ ବିକଳ୍ପ ଭାବେ ଗ୍ରହଣ କରିବାକୁ ନାରାଜ ହେଉଛନ୍ତି।ଏଠି ଆଉ ଗୋଟେ କଥା ଉଠୁଛି କି ଦୀର୍ଘ ୨୧ ବର୍ଷ ଭିତରେ ବହୁ ବାର ପିସିସି ସଭାପତିଙ୍କୁ ପରିବର୍ତ୍ତନ କରାଯାଇଛି।ଜେବେ ବି ପିସିସି ସଭାପତି ପରିବର୍ତ୍ତନ ହେଇଛନ୍ତି ତା ପର ଦିନଠୁଁ ବିରୋଧୀ ଗୋଷ୍ଠୀ ଙ୍କ ସଭାପତି ପରିବର୍ତ୍ତନ ନାରା ଚାଲେ।ଇଏ କଂଗ୍ରେସ ଦଳ କିଛି ନୂଆ କଥା ନୁହେଁ ।

ଏମିତି ଦେଖୁବାକୁ ଗଲେ ସବୁ ଦଳରେ ଗୋଷ୍ଠି ବିବାଦ ରହିଛି କିନ୍ତୁ ସେମାନେ ସରକାର ରେ ଥିବାରୁ ଗୋଷ୍ଠିବିବାଦ ଚାପି ହେଇଯାଉଛି ।ଯେହେତୁ ଆମେ ଦୀର୍ଘଦିନ ସରକାରରେ ନାହୁଁ ଆମ ଗୋଷ୍ଠି ବିବାଦ ଟି ଲୋକ ଲୋଚନ କୁ ଆସୁଛି।ଦେଖିବାବୁ ଗଲେ ପିପିଲି ବିଧାନସଭା ପାଇଁ ହେଉଥିବା ନିର୍ବାଚନରେ ଉଭୟ କେନ୍ଦ୍ର ଓ ରାଜ୍ୟ ଶାସକ ଦଳ ଯେପରି ଭାବେ ଅର୍ଥବଳ, ଶାସନ କଳ, ବାହୁ ବଳ ପ୍ରୟୋଗ କଲେ ସେ ସବୁ ଆଗରେ କଂଗ୍ରେସ ଦଳ କଣ ବା କରିପାରିଥାନ୍ତା।ଯଦି ପିସିସି ସଭାପତି ନିଜେ ସ୍ୱୟଂ ଭଗବାନ ଥାନ୍ତେ ସେ ବି ଏହି ଫଳାଫଳ ଦେଖିଥାନ୍ତେ।ଏଥିରେ ପିସିସି ସଭାପତି ଓ ଓଡିଶା କଂଗ୍ରେସ ପ୍ରଭାରୀଙ୍କ କେଉଁଠି ଭୁଲ ରହିଲା।ଏବେ କେନ୍ଦ୍ରୀୟ ସ୍ତରରେ ରେ ଗୋଷ୍ଠି ବିବାଦ ଲାଗିରହିଛି ଏଥିପାଇଁ କଣ ମ୍ୟାଡ଼ମ ସୋନିଆ ଗାନ୍ଧୀ ଦାୟୀ।ଯଦି ସେ ଦାୟୀ ତେବେ ଆପଣମାନେ ଓଡ଼ିଶାର ଅଭିଯୋଗ ନେଇ କାହିଁକି ତାଙ୍କ ପାଖରେ ଫେରାଦ ହେଉଛନ୍ତି।କଂଗ୍ରେସ ଏକ ବିରାଟ ଦଳ । ୧୪୦ ବର୍ଷର ଦଳ।ମହାତ୍ମା ଗାନ୍ଧୀ,ନେହେରୁ ଏବଂ ଗୋପବନ୍ଧୁଙ୍କ ନୀତି ଆଦର୍ଶ କୁ ନେଇ ଅନୁପ୍ରାଣିତ।ସମସ୍ତେ ମିଶି ଚେଷ୍ଠା କଲେ କଂଗ୍ରେସ ଦଳ ଉଠିପାରିବ ଏକା ସଭାପତି କି ପ୍ରଭାରୀ ଚାହିଁଲେ ଉଠିପାରିବ ନାହିଁ।ସେହିପରି ରାଗରେ ଅନ୍ଧ ହୋଇ କିଛି ବି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ , କାହିଁକି ନା ରାଗ ସିନା ପରେ ଶାନ୍ତି ହୋଇଯାଏ କିନ୍ତୁ ରାଗରେ ନେଇଥିବା ନିଷ୍ପତ୍ତି ପାଇଁ ବହୁ ମୂଲ୍ୟ ଦେବାକୁ ପଡେ ଏବଂ ସାରା ଜୀବନ ପଶ୍ଚାତାପ କରିବାକୁ ପଡିଥାଏ । ତେଣୁ ଏବେ ବି ଯଥେଷ୍ଟ ସମୟ ଅଛି କଂଗ୍ରେସ କୁ ଶାସନ କ୍ଷମତା କୁ ଫେରେଇ ଆଣିବାର। ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ସଂକଳ୍ପ ନେଇ ଜନସାଧାରଣଙ୍କ ସହ ହାତ ମିଳେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ସଂଗ୍ରାମ କରି ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ ଏବଂ ନିରଞ୍ଜନ ପଟ୍ଟନାୟକ ହାତମୁଠାକୁ ଟାଣ କରି ଦେଶ ଓ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା। ତେବେ ଯାଇଁ ଆମେ ସଫଳ ହେବା। ଏହା ମୋର ବ୍ୟକ୍ତିଗତ ମତ।ଦୟାକରି ଅନ୍ୟ ଅର୍ଥରେ ନେବେନାହିଁ।

ଦୀପକ କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ

Get real time updates directly on you device, subscribe now.