fbpx

ଭାଙ୍ଗିଗଲା ନଦୀମ-ଶ୍ରବଣ ଯୋଡ଼ି: ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ ରାଥୋଡ୍

ମୁମ୍ବାଇ, ୨୩ା୪: ବଲିଉଡର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ ରାଥୋଡ ଆଉ ନାହାନ୍ତି । କୋଟି କୋଟି ଶ୍ରୋତାଙ୍କୁ ନିଜର ସଙ୍ଗୀତର ଯାଦୁରେ ବାନ୍ଧି ରଖିଥିବା ନଦୀମ-ଶ୍ରବଣଙ୍କ ଯୋଡ଼ିଙ୍କୁ ଅଲଗା କରିଦେଇଛି କରୋନା । ଶ୍ରବଣଙ୍କ ପତ୍ନୀ ଓ ପୁତ୍ର ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତାଙ୍କର ମୃତ୍ୟୁରେ ବଲିଉଡ ସଙ୍ଗୀତ ଜଗତର ଏକ ଅପୂରଣୀୟ କ୍ଷତି ଘଟିଛି । ବହୁ ବର୍ଷ ଧରି ନଦୀମ ସୈଫି ଓ ଶ୍ରବଣ ରାଥୋଡ ଏକତ୍ର ବଲିଉଡରେ ଅନେକ ଫିଲ୍ମରେ କାର୍ଯ୍ୟ କରିଥିଲେ ।

ନଦୀମ-ଶ୍ରବଣଙ୍କ ଅଲ ଟାଇମ୍ ହିଟ୍ ଗୀତଗୁଡ଼ିକୁ ଆଜି ମଧ୍ୟ ଶ୍ରୋତାଙ୍କ ହୃଦୟରେ ଜୀବିତ ରହିଛି । ଆଜି ବି ବହୁ ସଙ୍ଗୀତପ୍ରେମୀ ଏହି ଯୋଡ଼ିଙ୍କର ସୁମଧୁର ଗୀତଗୁଡ଼ିକ ଗୁଣୁଗୁଣାଉଥିବା ଦେଖିବାକୁ ମିଳୁଛି । ଆସିକି, ରାଜା ହିନ୍ଦୁସ୍ତାନୀ, ଫୁଲ ଅଉର କାଣ୍ଟେ, ରାଜା, ପରଦେଶ, ଧଡ଼କନ, ହମ ହେ ରାହି ପ୍ୟାର କେ ଭଳି ହିଟ୍ ଫିଲ୍ମରେ ଦୁହେଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଉଦିତ ନାରାୟଣ, କୁମାର ସାହୁ, ଆଲକା ୟାଗ୍ନିକଙ୍କ ଭଳି ଆଗଧାଡ଼ିର ସିଙ୍ଗରମାନେ ଏହି ଯୋଡ଼ିଙ୍କ ବହୁ ହିଟ୍ ଗୀତ ଗାଇଛନ୍ତି ।

Get real time updates directly on you device, subscribe now.