fbpx

ବଡ଼ ଖବର; ଶଙ୍ଖ ଫୁଙ୍କିବେ ଲେଖାଶ୍ରୀ: ପଦ୍ମ ଛାଡ଼ି ବିଜେଡିରେ ଯୋଗଦେଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର । ଏହା ପରେ ଶଙ୍ଖ ଭବନରେ ପହଞ୍ଚି ସେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳ ସହ ସାମିଲ ହୋଇଛନ୍ତି । ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ତିତିରେ ଶଙ୍ଖ ଧରିଛନ୍ତି ଲେଖାଶ୍ରୀ । ଭାରତୀୟ ଜନତା ପାର୍ଟି ସହ ଦୀର୍ଘ ଦିନ ରହିବା ପରେ ଆଜି ହଠାତ୍ ଦଳରୁ ଇସ୍ତଫା ଦେଇ ସେ ରାଜ୍ୟ ରାଜ୍ୟନୀତିକୁ ଚମକାଇ ଦେଇଥିଲେ । ଏହାପର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ପାଦ ଥାପିଛନ୍ତି ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ବଦଳ ପ୍ରକ୍ରିଆ ଜାରି ରହିଛି । ଏହି ଦଳ ବଦଳ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ରାଜ ବିଜେପିର ଉପସଭାପତି ଲେଖାଶ୍ରୀ ସାମନ୍ତ ସିଂହାର । ବିଜେପିରୁ ପ୍ରାଥମିକ ସଦସ ପଦରୁ ଇସ୍ତଫା ଦେଇ ବିଜୁ ଜନତା ଦଳକୁ ନିଜର କରିଛନ୍ତି ଲେଖାଶ୍ରୀ । ରାଜ୍ୟ ବିଜେପି ଉପ ସଭାପତି ଥିଲେ ଲେଖାଶ୍ରୀ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଲେଖାଶ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ବିଜେପିର ଟାଣୁଆ ନେତ୍ରୀ ଭାବେ ପରିଚିତ ଲେଖାଶ୍ରୀ ସାମନ୍ତସିଂହାର ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ‘ଗତ ୧୦ ବର୍ଷ ଧରି ମୁଁ ଭାରତୀୟ ଜନତା ପାର୍ଟିକୁ ମୋର ଝାଳ ଓ ରକ୍ତ ଦେଇଛି। ଶୃଙ୍ଖଳିତ ଭାବେ କଠିନ ପରିଶ୍ରମ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇପାରିଲି ନାହିଁ। ତେଣୁ ଏଠାରେ ମୋର ଆଉ କିଛି କରିବାକୁ ବାକି ନାହିଁ ବୋଲି ମୁଁ ଅନୁଭବ କରୁଛି। ଓଡ଼ିଶାର ଲୋକଙ୍କ ସେବା କରିବା ପାଇଁ ମୋର ଯେଉଁ ଆଗ୍ରହ ରହିଛି ତାହା ବାଧାପ୍ରାପ୍ତ ହୋଇଛି। ଏତେ ବର୍ଷ ଧରି ଦଳ କାମ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ।’ କୁହାଯାଉଛି କନ୍ଧମାଳ ଲୋକସଭା ଆସନରୁ ଟିକେଟ୍ ପାଇଁ ଆଶାୟୀ ଥିଲେ ଲେଖାଶ୍ରୀ । କିନ୍ତୁ ତାଙ୍କୁ ଟିକେଟ ମିଳି ନଥିଲା। ଟିକେଟ୍ ନ ମିଳିବା ପରେ ଲେଖାଶ୍ରୀଙ୍କୁ ଦଳୀୟ କାର୍ୟ୍ୟାଳରେ ମଧ୍ୟ ନଜର ଆସୁନଥିଲେ । ଆଉ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ସେ ଦଳ ତ୍ୟାଗ କରିବା ପରେ ରାଜନୈତିକ ମାହୋଲରେ ଏକ ପ୍ରକାର ହଟଚମଟ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.