fbpx

ଆୟୁଷ୍ମାନ କାର୍ଡ ପାଇଁ କେଉଁ ଲୋକମାନେ କରିପାରିବେ ନାହିଁ ଆବେଦନ, ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ

ନୂଆଦିଲ୍ଲୀ: ନାଗରିକଙ୍କ ସହାୟତା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି, ଯେଉଁଥିରେ ଆୟୁଷ୍ମାନ ଯୋଜନା ଅନ୍ୟତମ। ଯାହା ମାଧ୍ୟମରେ ଆପଣଙ୍କୁ ଯେକୌଣସି ସରକରୀ, ବେସରକାରୀ ହସ୍ପିଟାଲରେ ୫ ଲକ୍ଷର ମାଗଣା ଚିକିତ୍ସା କରାଇପାରିବ। ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଏହାର ଯୋଗ୍ୟତା ବିଷୟରେ ଜଣିବାକୁ ପଡିବ, ଆସନ୍ତୁ ଜାଣିବା ଏହି ବିଷୟରେ..

ଆୟୁଷ୍ମାନ କାର୍ଡ ପାଇଁ କିଏ ଆବେଦନ କରିପାରିବେ?
-ଗରିବ କିମ୍ବା ଆଦିବାସୀ ବ୍ୟକ୍ତି, ଯେଉଁମାନେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ କିମ୍ବା ଆଦିବାସୀ ସଂପ୍ରଦାୟର ହୋଇଥିବେ।
-ଯେଉଁ ବ୍ୟକ୍ତି ଜୀବିକା ପାଇଁ ଦୈନିକ ଭାବେ ମଜୁରି ଉପରେ ନିର୍ଭର କରିଥାଏ।
-ଏପରି ଘର ଯେଉଁଥିରେ ବିକଳାଙ୍ଗ ବ୍ୟକ୍ତି ସାମିଲ ଥିବେ।
-ଗ୍ରାମୀଣ କ୍ଷେତ୍ରରେ ରହୁଥୁବା ଲୋକେ, ଯେଉଁମାନଙ୍କ ପାଖେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ସୁବିଧା ନାହିଁ।
ଅନୁସୂଚୀତ ଜାତି ବା ଅନୁସୂଚୀତ ଜନଜାତିର ସଦସ୍ୟ, ଏହି ସମୁଦାୟର ବ୍ୟକ୍ତି ମଧ୍ୟ ଆବେଦନ କରିପାରିବେ।

ଆୟୁଷ୍ମାନ କାର୍ଡ ପାଇଁ କିଏ ଆବେଦନ କରିପାରିବେ ନାହିଁ?
-ଯେଉଁ ଲୋକମାନଙ୍କ ଦରମାରୁ ଭବିଷ୍ୟ ନିଧି (ପିଏଫ) କଟୁଥିବ।
-ସରକାରୀ ଚାକିରି କରୁଥିବା ବ୍ୟକ୍ତି।
-ବଡ଼ ସଂସ୍ଥାର ମାଲିକ।
-କରଦାତା, ଯେଉଁ ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଥାଏ।
-ସାମାଜିକ ସୁରକ୍ଷା ସୁବିଧା ସଂରଚନା କ୍ଷେତ୍ରଗୁଡିକରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ।

ମାନଦଣ୍ଡ ପୁରଣ କରିବା ପରେ, ଆପଣ ଆୟୁଷ୍ମାନ କାର୍ଡ ପାଇଁ ଆବେଦନ କରିପାରିବେ। ଏହି କାର୍ଡ ଆପଣଙ୍କୁ ସୂଚୀବଦ୍ଧ ହସ୍ପିଟାଲରେ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ଅଧିକାର ଦେଇଥାଏ।

Get real time updates directly on you device, subscribe now.