fbpx

ସ୍ୱାଧୀନ ଭାରତର ପ୍ରଥମ ମହିଳା ବିଚାରପତି କିଏ, ଯିଏ ମହିଳା ମାନଙ୍କ ଅଧିକାର ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ

Advertisement

ଭୁବନେଶ୍ୱର:ବର୍ତ୍ତମାନ ଦେଶରେ ଅନେକ ମହିଳା ବିଚାରପତି ଅଛନ୍ତି ଯେଉଁମାନେ ହାଇକୋର୍ଟରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଯେଉଁ ମହିଳା ପ୍ରଥମ ଥର ପାଇଁ ଦେଶରେ ହାଇକୋର୍ଟର ବିଚାରପତି ଭାବରେ ସ୍ଥାନ ପାଇଛନ୍ତି ଏବଂ ଏହି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ପଥ ପ୍ରଦର୍ଶକ ପାଲଟିଛନ୍ତି, ଆପଣ ଜାଣନ୍ତି କି ସେ କିଏ? ଯେଉଁ ସମୟରେ ମହିଳାମାନେ ନିଜ ଘରେ ସୀମିତ ହେଇ ରହିଥିଲେ, କେରଳର ଆନ୍ନା ଚାଣ୍ଡି ମହିଳାମାନଙ୍କ ପାଇଁ ନୂତନ ଦ୍ୱାର ଖୋଲିବା ପାଇଁ କାର୍ଯ୍ୟ କରିଥିଲେ। ସେହି ସମୟରେ ଯେତେବେଳେ ମହିଳାମାନଙ୍କ ପାଇଁ ଚାକିରି କିମ୍ବା ବୃତ୍ତି ଭଳି ଜିନିଷ ଉପଲବ୍ଧ ନଥିଲା, କେରଳର ଜଣେ ଝିଅ ଆଇନ ଅଧ୍ୟୟନ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପରେ ମହିଳାଙ୍କ ଭାଗ୍ୟ ବଦଳାଇବା ପାଇଁ ରାଜନୀତିରେ ପ୍ରବେଶ କରିଥିଲେ। ତାଙ୍କ ପୁରୁଷ ସହକର୍ମୀମାନେ ତାଙ୍କୁ ଘଉଡାଇବାକୁ ବହୁ ଚେଷ୍ଟା କରିଥିଲେ, କିନ୍ତୁ ସେ ସମାଜରେ ଏପରି ଏକ ସ୍ଥାନ ସୃଷ୍ଟି କରିଥିଲେ ଯାହା ମହିଳାଙ୍କ ଭାଗ୍ୟ ବଦଳାଇ ଦେଇଥିଲା।

ଆଜି ଆମେ ଜାଣିବା ସ୍ୱାଧୀନ ଭାରତର ପ୍ରଥମ ମହିଳା ଜଜ ଆନ୍ନା ଚାଣ୍ଡିଙ୍କ ବିଷୟରେ … ୧୯୦୫ ମସିହାରେ ଟ୍ରାଭନକୋର ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ ଆନ୍ନା ଚାଣ୍ଡୀ। ସେ ଏକ ଖ୍ରୀଷ୍ଟିଆନ ପରିବାରର ଜନ୍ମ ଗ୍ରହଣ କରିଥିଲେ। ତେବେ ସେ ତ୍ରିବେଣ୍ଡ୍ରମରେ ନିଜର ପିଲା ଦିନ ବିତେଇ ଥିଲେ ।

ଦେଶର ପ୍ରଥମ ମହିଳା ବିଚାରପତି ହେବା ସହିତ ସେ ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ମଧ୍ୟ ଥିଲେ। ସେ ଏମିଲି ମର୍ଫିଙ୍କ ସହ ବ୍ରିଟିଶ ସାମ୍ରାଜ୍ୟର ପ୍ରଥମ ମହିଳା ବିଚାରପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଯଦି ଆମେ ତାଙ୍କ କ୍ୟାରିଅର୍ ଉପରେ ନଜର ପକେଇବା ତେବେ ଏହା ବହୁତ ଭଲ ଥିଲା । ସେ କେରଳ ହାଇକୋର୍ଟରେ ଆଠ ବର୍ଷ କାର୍ଯ୍ୟ କରିଥିଲେ। ୧୯୩୭ ରେ, ଟ୍ରାଭାନକୋରର ଦି ୱାନ୍, ସାର୍ ସି ପି ରାମସ୍ୱାମୀ ଆୟର ତାଙ୍କୁ ଏହି ପଦରେ ନିଯୁକ୍ତ କରିଥିଲେ। ତାଙ୍କର ସ୍ଥିତି ସହିତ ତାଙ୍କର ସଫଳତା ମଧ୍ୟ ବଢ଼ିଲା । ୧୯୪୮ ମସିହାରେ ଆନ୍ନା ଚାଣ୍ଡି ଜିଲ୍ଲା ଜଜ୍ ଭାବରେ ପଦୋନ୍ନତି ପାଇଲେ। ସେପର୍ଯ୍ୟନ୍ତ ଭାରତର କୌଣସି ହାଇକୋର୍ଟରେ ମହିଳା ବିଚାରପତି ନଥିଲେ। ଏହା ପରେ ଆନ୍ନା ଚାଣ୍ଡି ୧୯୫୯ ରେ କେରଳ ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ହୋଇଥିଲେ। ଚାଣ୍ଡି ନିଜ ଜୀବନକୁ ମହିଳାଙ୍କ ଅଧିକାର ପାଇଁ ଉତ୍ସର୍ଗ କରିଥିଲେ ଏବଂ ତାଙ୍କୁ ତାଙ୍କ ସମୟର ସବୁଠାରୁ ନାରୀବାଦୀ କୁହାଯାଉଥିଲା।

ସରକାରୀ ଚାକିରିରେ ମହିଳାଙ୍କ ପାଇଁ କୋଟା ଚାହିଦା ଦିଗରେ ଆନ୍ନା ମଧ୍ୟ କାର୍ଯ୍ୟ କରିଥିଲେ। ପ୍ରଥମ ପିଢ଼ିର ନାରୀବାଦୀ ଭାବରେ ଜଣାଶୁଣା ଚାଣ୍ଡି ତାଙ୍କ ରାଜ୍ୟରେ ପ୍ରଥମ ମହିଳା ଭାବେ ଆଇନ ଡିଗ୍ରୀ ହାସଲ କରିଥିଲେ। ମହିଳା ଅଧିକାରକୁ ପ୍ରୋତ୍ସାହିତ କରିବା ସହିତ ସେ ‘ଶ୍ରୀମତି’ ପତ୍ରିକା ଆରମ୍ଭ ଏବଂ ସମ୍ପାଦନା କରିଥିଲେ।
ଜଣେ ବିଚାରପତି ହେବା ସହିତ ଆନ୍ନା ୧୯୩୧ ମସିହାରେ ଶ୍ରୀ ମୁଲମ ପପୁଲାର ଆସେମ୍ବଲି(Sree Moolam Popular Assembly) ନିର୍ବାଚନ ପାଇଁ ପ୍ରଚାର କରିଥିଲେ। ଏଥିପାଇଁ ତାଙ୍କୁ ଖବରକାଗଜ ଏବଂ ବିରୋଧୀଙ୍କ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ଅବସର ସମୟରେ ଆନ୍ନା ଭାରତର ଆଇନ ଆୟୋଗରେ କାର୍ଯ୍ୟ କରିଥିଲେ ଏବଂ ଏକକାଳୀନ ଆତ୍ମ କଥା’ ଶୀର୍ଷକ ଆତ୍ମଜୀବନୀ ଲେଖିଥିଲେ। ୧୯୯୬ ରେ ତାଙ୍କର ଦେହାନ୍ତ ହୋଇଥିଲା।ଆନ୍ନା ଚାଣ୍ଡି ୯୧ ବର୍ଷ ବୟସରେ ଦେହାନ୍ତ କରିଥିଲେ ।

Get real time updates directly on you device, subscribe now.