fbpx

କେନ୍ଦ୍ରକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ୱର, ୧୫ା୨(ଓଡିଶା ଭାସ୍କର): ଏକାମ୍ରକ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର କରିବା ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଉପନିୟମ ପ୍ରତ୍ୟାହାର ଦାବିରେ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ଚିଠିରେ ଅନନ୍ତ ବାସୁଦେବ ଓ ବ୍ରହ୍ମଶ୍ୱେର ମନ୍ଦିର ବାଇ ଲ ପ୍ରତ୍ୟାହାର ଦାବି ହୋଇଛି । ମାର୍ଚ୍ଚ ୧୧ରେ ଏକାମ୍ର କ୍ଷେତ୍ରରେ ଲକ୍ଷଲକ୍ଷ ଭକ୍ତଙ୍କ ସମାବେଶ ହେବ । ଶିବରାତ୍ରୀରେ ଏହି ସ୍ଥିତି ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚାଇପାରିବ । ବାଇ ଲ’ ପ୍ରତ୍ୟାହାର ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ଚିଠି ଲେଖିଛି । କୌଣସି ଦେବଦେବୀ ମନ୍ଦିର ସମ୍ପର୍କରେ ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେଉ । ସରକାର, ସେବାୟତ ଓ ମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଉ । ଗଠନମୂଳକ ସହଯୋଗ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.