fbpx

ରେଲୱେ ଟ୍ରାକର ସୁରକ୍ଷାକୁ ଗୁରୁତ୍ୱ ଦିଅ… କରମଣ୍ଡଳ ଦୁର୍ଘଟଣା ପରେ ସମସ୍ତ ଜେନେରାଲ ମ୍ୟାନେଜରଙ୍କୁ ଚିଠି

Advertisement

ବାଲେଶ୍ୱର: କରମଣ୍ଡଳ ଏକ୍ସପ୍ରେସର ଭୟାନକ ଦୁର୍ଘଟଣା ପରେ ପ୍ରଶାସନ ମୁଣ୍ଡରେ ପଶିଛି ଚେତା । ରେଲୱେ ଟ୍ରାକର ସୁରକ୍ଷାକୁ ନେଇ ରେଲୱେ ବୋର୍ଡର ନିଦ ଭାଙ୍ଗିଛି । ଟ୍ରାକ ଗୁଡିକର ନିରାପତ୍ତା ପାଇଁ ସମସ୍ତ ଜେନେରାଲ ମ୍ୟାନେଜରଙ୍କୁ ଚିଠି ଦିଆଯାଇଛି । ରେଲୱେ ବୋର୍ଡ ଭିତ୍ତିଭୂମିର ସଦସ୍ୟ ରୂପ ସୁନକର ସମସ୍ତ ଜିଏମଙ୍କୁ ଚିଠି ପଠାଇଛନ୍ତି । ଆଗକୁ ଏଭଳି ଦୁର୍ଘଟଣା ଯେପରି ନ ହେବ, ସେଥିପାଇଁ ଏବେଠୁ ସତର୍କ ରହିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ । ତେଣୁ ସମସ୍ତ ଜେନେରାଲ ମ୍ୟାନେଜରଙ୍କୁ ଏଥିପାଇଁ ତାଗିଦ କରି ଏକ ଚିଠି ପଠାଇଛି ରେଲୱେ ବୋର୍ଡ ।

ଟ୍ରାକ ରକ୍ଷଣାବେକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଚିଠି ମାଧ୍ୟମରେ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଏହାସହିତ କାମରେ କୌଣସି ସହଜ ବା ବିକଳ୍ପ ଉପାୟକୁ ଅବଲମ୍ବନ ନ କରିବା ପାଇଁ ସେ ତାଗିଦ୍ କରିଛନ୍ତି । ତେବେ ଫିଲ୍ଡ ଅଧିକାରୀ ଏହି ରକ୍ଷଣାବେକ୍ଷଣକୁ ଅଧିକ ଗୁରୁତ୍ୱ ଦେବେ । ତେଣୁ ୱାର୍କ ସାଇଟରେ ଅଧିକ ସମୟ ରହିବ ପାଇଁ ଫିଲ୍ଡ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସୁନକର । ଏହାବ୍ୟତୀତ ବରିଷ୍ଠ ଏବଂ କନିଷ୍ଠ ଯନ୍ତ୍ରୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ସହ ଫିଲ୍ଡରେ ବରିଷ୍ଠ ଅଧିକାରୀ ରହି ଯନ୍ତ୍ରୀମାନଙ୍କୁ ତଦାରଖ କରିବା ପାଇଁ ଚିଠିରେ ପରାମର୍ଶ ଦିଆଯାଇଛି । ସେହିପରି ମୌସୂମୀ ସମୟରେ ସତର୍କମୂଳକ ପଦକ୍ଷେପ ମଧ୍ୟ ନିଆଯିବା ଉଚିତ୍ । ସମ୍ବେଦନଶୀଳ ବା ଅତି ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପାଟ୍ରୋଲିଂ କରିବା ସହିତ ଗଛ ଇତ୍ୟାଦି କାଟିବା ପାଇଁ ପରାମର୍ଶ ଦେଇଛନ୍ତି ରୂପ ସୁନକର ।

Get real time updates directly on you device, subscribe now.