fbpx

ପ୍ରଳୟ ରଚିଲା ଘୂର୍ଣ୍ଣି ଝଡ ଡାନିଏଲ୍‌; ନଦୀ ଗାଏବ, ଘରଦ୍ୱାର ଧ୍ୱସ୍ତ ବିଧ୍ୱସ୍ତ, ୫୩୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ:ଲିିବିୟାର ପୂର୍ବତ୍ତୋର ସହର ଡର୍ନାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୦୦ରୁ ଅଧିକ ଲୋକଙ୍କ ମୃତଦେହ ମିଳିଛି । ତେବେ ଏଠାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ୫୩୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବାର ଓ ୧୦,୦୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିବାର ଖବର ମିଳିଛି । ଲିବିୟାରେ ଆସିଥିବା ଭୟାନକ ଝଡ କାରଣରୁ ଏଠାରେ ଯେଉଁ ପ୍ରଳୟଙ୍କରୀ ବନ୍ୟା ଆସିଛି ତାହା ପୁରା ଦେଶକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି । ଏହି ତୋଫାନର ନାମ ଡାନିଏଲ୍ ଦିଆଯାଇଛି । ଏହି ତୋଫୋନରେ ଆସିଥିବା ବନ୍ୟା ସମସ୍ତ ନଦୀର ବନ୍ଧକୁ ଭାଙ୍ଗି ଦେଇଛି ।

ବନ୍ଧ ଭାଙ୍ଗିଯିବା ଦ୍ୱାରା ବହୁ ସହର ଓ ଗ୍ରାମରେ ପାଣି ଭର୍ତ୍ତି ହୋଇଯାଇଛି । ଡର୍ନା ସହରରେ ୫୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବାର ଖବର ସାମ୍ନାକୁ ଆସିଛି । ତେବେ ଏହି ପ୍ରଳୟର କାରଣ ଭୂମଧ୍ୟସାଗରରେ ଆସିଥିବା ଭୟଙ୍କର ଝଡ ତୋଫାନ ଡାନିଏଲ୍ । ରାଜନୈତିକ ଓ ପ୍ରଶାସନିକ ଦୃଷ୍ଟିରୁ ଦୂର୍ବଳ ଏହି ଦେଶରେ ପ୍ରକୃତିର ଏହି ତାଣ୍ଡବ ଭୟଙ୍କର ସାବ୍ୟସ୍ତ ହୋଇଛି । ବହୁ ସ୍ଥାନରେ ଘର ଦ୍ୱାର ଭାଙ୍ଗି ଯାଇଛି । ସମୁଦ୍ରର ପାଣି ବନ୍ୟାଜଳ ରୂପରେ ସହରରେ ପ୍ରବେଶ କରିଛି । ବନ୍ଧ, ବାଡ, ପୋଲ ସବୁକିଛି ଧୋଇଯାଇ ଭୟାନକ ପରିସ୍ଥିତି ସୃଷ୍ଟି କରିଛି ।

ଲିବିୟାର ଅବସ୍ଥା ଏପରି ଯେ, ସେଠାରେ ଦେଶରେ ବିରୋଧୀ ସରକାର ରାଜ କରୁଛନ୍ତି । ଗୋଟିଏ ସରକାର ପୂର୍ବୋତ୍ତର ଭାଗରେ ରାଜ କରୁଥିବା ବେଳେ ଅନ୍ୟ ଏକ ସରକାର ପଶ୍ଚିମ ଭାଗରେ ରାଜ କରୁଛନ୍ତି । ଲିବିୟାର ଭିତ୍ତିଭୂମି ବହୁତ ଦୂର୍ବଳ । ତେବେ ଏପରି ସ୍ଥିତିରେ ଏବେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲିବିୟାର ଡର୍ନାକୁ ସହାୟତାର ହାତ ବଢିବାରେ ଲାଗିଛି । ଡର୍ନା ଏକ ସମୁଦ୍ର ଉପକୂଳବର୍ତ୍ତୀ ସହର । ଏଠାରେ ପ୍ରାୟ ୮୯୦୦୦ ଲୋକ ବସବାସ କରନ୍ତି ।

Get real time updates directly on you device, subscribe now.