ଇନସ୍ୟୁରାନ୍ସ ପଲିସି ନିୟମ ବଦଳାଇଲା LIC, ୧୦ ପ୍ରତିଶତ ବୃଦ୍ଧି କଲା ପ୍ରିମିୟମ ରେଟ୍

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବୀମା କମ୍ପାନୀ LIC ଏହାର ଲୋକପ୍ରିୟ ପ୍ଲାନରେ ପରିବର୍ତ୍ତନ କରିଛି । LIC ଏହାର ନ୍ୟୁ ଏଣ୍ଡୋମେଣ୍ଟ ପ୍ଲାନ୍(Endowment Plan)ର ଏଣ୍ଟ୍ରି ବୟସ ହ୍ରାସ କରିଛି । କିନ୍ତୁ ଏହି ନୂତନ ପ୍ଲାନ ବୟସ୍କ ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ନୁହେଁ । ବିଶେଷଜ୍ଞଙ୍କ କହିବାନୁଯାୟୀ ଏକ ବୟସ ପରେ ମୃତ୍ୟୁର ସମ୍ଭାବନା ବୃଦ୍ଧି ପାଇବା ଯୋଗୁଁ କମ୍ପାନୀ ରିସ୍କ ହ୍ରାସ କରିବାକୁ ଚାହେଁ । ଏହି ନୂତନ ନିୟମ ଚଳିତ ବର୍ଷ ଅକ୍ଟୋବର ୧ରୁ ଲାଗୁ କରାଯାଇଛି ।

ବିଜନେସ ଷ୍ଟାଣ୍ଡାର୍ଡ଼ର ଏକ ରିପୋର୍ଟ ଅନୁଯାୟୀ LIC ଏହାର ନୂତନ ସରେଣ୍ଡର ନିୟମ ମଧ୍ୟ ଲାଗୁ କରିଛି । ନ୍ୟୁ ଏଣ୍ଡୋମେଣ୍ଟ ପ୍ଲାନ୍- ୯୧୪ ଅନ୍ତର୍ଗତ ବ୍ୟକ୍ତିଙ୍କୁ କେବଳ ସୁରକ୍ଷା କଭର ମିଳିନଥାଏ ବରଂ ଏହା ଏକ ସଞ୍ଚୟ ପ୍ଲାନ୍ ମଧ୍ୟ ଅଟେ । ଏଥିରେ ଲାଇଫ୍ କଭର ଏବଂ ମାଚ୍ୟୁରିଟି ବେନିଫିଟ ଏକା ସଙ୍ଗେ ମିଳିଥାଏ । ପଲିସି ସମୟରେ ବ୍ୟକ୍ତିର ମୃତ୍ୟୁ ହୋଇଗଲେ ପରିବାରକୁ ଦେୟ ପ୍ରଦାନ କରାଯାଇଥାଏ । ଏହା ସହ ମାଚ୍ୟୁରିଟି ଉପରେ ମଧ୍ୟ ବିଭିନ୍ନ ଲାଭ ମିଳିଥାଏ । ଏନେଇ LIC ତରଫରୁ କିଛି କୁହାଯାଇନାହିଁ । LIC ର ଏହି ନୂତନ ଏନଣ୍ଡୋମେଣ୍ଟ ପ୍ଲାନର ଏଣ୍ଟ୍ରି ବୟସ ୫୫ ବର୍ଷରୁ ହ୍ରାସ କରାଯାଇ ୫୦ ବର୍ଷ କରାଯାଇଛି । ଏହା ବ୍ୟତୀତ LIC ଏହାର ସରେଣ୍ଡର ନିୟମରେ ପ୍ରାୟ ୩୨ ପ୍ରଡକ୍ଟରେ ପରିବର୍ତ୍ତନ କରିଛି । ପ୍ରିମିୟମ୍ ରେଟରେ ବି ୧୦ ପ୍ରତିଶତ ବୃଦ୍ଧି କରାଯାଇଛି । ନ୍ୟୁ ‘ଜୀବନ ଆନନ୍ଦ’ ଏବଂ ‘ଜୀବନ ଲକ୍ଷ୍ୟ’ରେ ସମ୍ ଆସ୍ୟୋର୍ଡ଼ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରଛି । ଅପରପକ୍ଷରେ ଘରୋଇ କମ୍ପାନୀଗୁଡ଼ିକ ଏଣ୍ଡୋମେଣ୍ଟ ପ୍ଲାନର ପ୍ରିମିୟମ ରେଟ୍ ୬ରୁ ୭% ବୃଦ୍ଧି କରିଛନ୍ତି ।

Get real time updates directly on you device, subscribe now.