LIC ଆଣିଲା Smart Pension Plan, ଥରେ ପ୍ରିମିୟମ ଭରନ୍ତୁ ଜୀବନସାରା ପେନସନ୍ ପାଆନ୍ତୁ
ଜୀବନସାରା ପେନସନ୍ ପାଇବାର ଏଲଆଇସି ପ୍ଲାନ ଖୋଜୁଛନ୍ତି କି ? ଲଞ୍ଚ ହେଲା ସ୍ମାର୍ଟ ପେନସନ୍ ପ୍ଲାନ ।
ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ ସ୍ମାର୍ଟ ପେନସନ ଯୋଜନା ନାମରେ ଏକ ନୂତନ ପେନସନ ଯୋଜନା ଆରମ୍ଭ କରିଛି । ଏହାକୁ ଆର୍ଥିକ ସେବା ସଚିବ ଏମ୍. ନାଗରାଜୁ ଏବଂ ଏଲଆଇସି ସିଇଓ ସିଦ୍ଧାର୍ଥ ମହାନ୍ତି ଶୁଭାରମ୍ଭ କରିଛନ୍ତି । ଏହା ଏକକ ପ୍ରିମିୟମ୍ ଯୋଜନା, ଯେଉଁଥିରେ ଏକକ କିମ୍ବା ମିଳିତ ପେନସନ୍ ଲାଭ ମିଳିପାରିବ ।
ସ୍ମାର୍ଟ ପେନସନ ଯୋଜନା କଣ-
ଫାଇନାନସିଆଲ୍ ସିକ୍ୟୁରିଟି-ଏହି ପ୍ଲାନ ଅବସର ପରେ ଆର୍ଥିକ ସୁରକ୍ଷା ପ୍ରଦାନ କରେ ।
ଏକକାଳୀନ ପ୍ରିମିୟମ୍: ଏହି ପ୍ଲାନରେ ନିବେଶ କରିବା ପରେ, ଆପଣଙ୍କୁ ପେନସନ୍ ମିଳିବା ଜାରି ରହିବ । ପେନସନ ପାଇବା ପାଇଁ, ସମ୍ପୂର୍ଣ୍ଣ ପ୍ରିମିୟମକୁ ଏକା ଥରକେ ଦେବାକୁ ପଡିବ ।
ଆନ୍ୟୁଟି ପେନସନ୍– ଏଥିରେ ଅନେକ ପ୍ରକାରର ପେନସନ ଯୋଜନା ଉପଲବ୍ଧ । ଯେପରିକି ସିଙ୍ଗଲ ଲାଇଫ ଏବଂ ଲାଇ ଆନୁଇଟି ବିକଳ୍ପ ଉପଲବ୍ଧ ଯାହା ଆପଣଙ୍କ ଆବଶ୍ୟକତା ଅନୁସାରେ ବାଛିପାରିବେ ।
ସର୍ବନିମ୍ନ ନିବେଶ: ଏହି ଯୋଜନାରେ ସର୍ବନିମ୍ନ ନିବେଶ ୧ ଲକ୍ଷ ଟଙ୍କା ।
ଋଣ ସୁବିଧା: ପଲିସି ଆରମ୍ଭ ହେବାର 3 ମାସ ପରେ ଋଣ ସୁବିଧା ଯୋଗାଇ ଦିଆଯାଏ ।
କେଉଁମାନେ କରିପାରିବେ ପ୍ଲାନ- ଏହି ପ୍ଲାନ 18 ବର୍ଷରୁ 100 ବର୍ଷ ପର୍ଯ୍ୟନ୍ତର ବ୍ୟକ୍ତି ଏହି ପ୍ଲାନ କରିପାରିବେ । ଏଲଆଇସି ଓ୍ବେବସାଇଟରୁ ଏହି ପ୍ଲାନ କରିପାରିବେ ।