fbpx

ଆର୍ଥିକ ଦୃଷ୍ଟିରୁ LIC ହେଲା ସବୁଠାରୁ ବଡ ସରକାରୀ କମ୍ପାନୀ, SBI କୁ ପଛରେ ପକାଇଦେଲା

Advertisement

ନୂଆଦିଲ୍ଲୀ: ସେୟାର ବଜାରରେ ମାନ୍ଦାବସ୍ଥା ସତ୍ତ୍ୱେ ବୁଧବାର ଏଲଆଇସିର ସେୟାରରେ ଜବରଦସ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି । ପ୍ରଥମରୁ ଏହା ୨% ବୃଦ୍ଧି ସହିତ ୯୧୯.୪୫ ଟଙ୍କାରେ କାରବାର କରୁଥିବାର ଦେଖିବାକୁ ମିଳିଥିଲା । ଗତ ୫୨ ସପ୍ତାହ ମଧ୍ୟରେ ଏଲଆଇସି ଆଜି ସର୍ବାଧିକ ଉଚ୍ଚ ସ୍ତରରେ କାରବାର କରିଛି । ଗତ କିଛି ସପ୍ତାହ ଧରି ଏଲଆଇସିର ସେୟାରରେ ବୃଦ୍ଧି ପରିଲକ୍ଷିତ ହୋଇ ଆସିଛି ।

ଏଲଆଇସିର ବଜାର ପୁଞ୍ଜିକରଣ ୫.୮ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯାଇଛି । ଏହିପରି ଭାବରେ ଏଲଆଇସିର ମାର୍କେଟ୍ କ୍ୟାପ୍‌କୁ ମଧ୍ୟ ଟପି ଯାଇଛି ।
ସୋମବାର ଆରମ୍ଭରୁ ଏସବିଆଇର ସେୟାର ୧.୧୮% ଅର୍ଥାତ୍ ୭ଟଙ୍କା୫୦ ପଇସା ହ୍ରାସ ସହିତ କାରବାର କରିଥିଲା । ଏହାଦ୍ୱାରା ଦେଶର ଏହି ବଡ ସରକାରୀ ବ୍ୟାଙ୍କର ମାର୍କେଟ୍ କ୍ୟାପ୍ ୫.୬୧ ଲକ୍ଷ କୋଟି ଟଙ୍କା ରହିଯାଇଥିଲା ।

ଏଲଆଇସିର ସେୟାରରେ ନଭେମ୍ବର ଆରମ୍ଭରୁ ବୃଦ୍ଧି ପରିଲକ୍ଷିତ ହୋଇଛି । ସେବେଠାରୁ ଏହି ସେୟାର ୫୦%ରୁ ଅଧିକ ବୃଦ୍ଧି ପାଇଛି । ତେବେ ଏଲଆଇସିର ସେୟାରରେ ମାର୍ଚ୍ଚ ୨୦୨୩ ସୁଦ୍ଧା ବଡ ଧରଣର ହ୍ରାସ ଦେଖିବାକୁ ମିଳିଥିଲା । ଏହା ୫୩୦ ଟଙ୍କାର ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚି ଯାଇଥିଲା । ଏହାପରେ ଏଲଆଇସିର ସେୟାରରେ ଧୀରେ ଧୀରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ନଭେମ୍ବରରେ ଏଲଆଇସିର ସେୟାରରେ ୧୨.୮୩% ବୃଦ୍ଧି ଦେଖିବାକୁ ମିଳିଥିଲା । ଡିସେମ୍ବରରେ ୨୨.୬୬% ଓ ଏବେ ଜାନୁୟାରୀରେ ଏ ପର୍ଯ୍ୟନ୍ତ ସେୟାରରେ ୧୦ %ରୁ ଅଧିକ ବୃଦ୍ଧି ପରିଲକ୍ଷିତ ହୋଇଛି । ଏବେ ଏଲଆଇସିର ସେୟାର ଏହାର ଆଇପିଓ ପ୍ରାଇସରୁ ମାତ୍ର ୪% ଦୂରରେ ରହିଛି ।

Get real time updates directly on you device, subscribe now.