fbpx

LIC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ଜୁନିୟର ଆସିଷ୍ଟାଣ୍ଟ ପଦ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ଚାକିରି ସନ୍ଧାନରେ ରହିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୨୦୦ଟି ପଦ ପୂରଣ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁଲାଇ ୨୫ରୁ ଅଗଷ୍ଟ ୧୪ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଆସନ୍ତା ସେପ୍ଟେମ୍ବର ମାସରେ ସମ୍ଭାବ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

୧୫ଟି ରାଜ୍ୟରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ସମସ୍ତ ରାଜ୍ୟ ପାଇଁ ପଦ ସଂଖ୍ୟା ଭିନ୍ନ ଭିନ୍ନ ରହିଛି । ଚଳିତ ବର୍ଷ ଜୁଲାଇ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୨୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପାସ୍ ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ଆପ୍ଲିକେସନ ଫିସ୍ ବାବଦରେ ୮୦୦ ଟଙ୍କା ଜମା କରିବାକୁ ପଡ଼ିବ । ଇଣ୍ଟରନେଟ ବ୍ୟାଙ୍କିଂ, ଭିସା, ମାଷ୍ଟରକାର୍ଡ, ରୁପେ, ମାଇଷ୍ଟ୍ରୋ ଆଦି ଡେବିଟ କାର୍ଡ ଜରିଆରେ ପ୍ରାର୍ଥୀ ଅନଲାଇନ୍ ମୋଡ଼ରେ ପେମେଣ୍ଟ କରିପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://ibpsonline.ibps.in/licjajul24/

ବିଜ୍ଞପ୍ତି ଲିଙ୍କ: https://www.lichousing.com/static-assets/pdf/Detailed_Advertisement_Recruitment_of_Junior_Assistants_2024.pdf?crafterSite=lichfl-corporate-website-cms&embedded=true

Get real time updates directly on you device, subscribe now.