fbpx
BSKY SKY
BSKY SKY

୨୫୦ରୁ ଅଧିକ ପଦରେ LIC ଦେବ ନିଯୁକ୍ତି, ଜାଣନ୍ତୁ ଆବେଦନ ପ୍ରକ୍ରିୟା ସମ୍ବନ୍ଧରେ

BSKY

ନୂଆଦିଲ୍ଲୀ: ସରକାରୀ କମ୍ପାନୀରେ କାମ କରିବାକୁ ଇଚ୍ଛା ରଖିଥିଲେ ଏହି ଖବର ଏବେ ଆପଣଙ୍କ କାମରେ ଆସିବ । ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍ ଆପ୍ରେନଟାଇସ୍ ପଦରେ ନିଯୁକ୍ତି ଲାଗି ଆବେଦନ ଆହ୍ୱାନ କରିଛି । ଯେଉଁମାନେ ଏଥିପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଏଲଆଇସି ଏଚଏଫଏଲ୍‌ର ଅଫିସିଆଲ ୱେବସାଇଟ lichousing.com  ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୩ । ଏହି ନିଯୁକ୍ତି ପ୍ରକ୍ରିୟାରେ ୨୫୦ ପଦ ପୂରଣ ହେବ ।

ଯୋଗ୍ୟତା:ଆଶାୟୀ ୧ ଡିସେମ୍ବର ୨୦୨୩ ସୁଦ୍ଧା କୌଣସି ବି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ । କିନ୍ତୁ ୧ ଏପ୍ରିଲ ୨୦୨୦ ପୂର୍ବରୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଏଥିରେ ଭାଗ ନେଇପାରିବେ ନାହିଁ ।
ବୟସ: ବୟସ ୨୦ରୁ ୨୫ ବର୍ଷ ଭିତରେ ହେବା ଉଚିତ ।
ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷାର ସାମ୍ନା କରିବାକୁ ପଡିବ । ଚୟନ ପରୀକ୍ଷାରେ ମୌଳିକ ବ୍ୟାଙ୍କିଂ ପ୍ରଶ୍ନ ସହିତ ନିବେଶ ଓ ବୀମା /ରିଜନିଂ/ଡିଜିଟାଲ/ କମ୍ପ୍ୟୁଟର/ ଇଂରାଜୀ ଉପରେ ୧୦୦ ପ୍ରଶ୍ନ ପଚରାଯିବ । ପରୀକ୍ଷା ଫଳ ଆଧାରରେ ଶର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଏଲଆଇସି ଏଚଏଫଏଲ୍ କାର୍ଯ୍ୟାଳୟରେ ସାର୍ଟିଫିକେଟ୍ ଭେରିଫିକେସନ ଓ ପର୍ସନାଲ ଇଣ୍ଟରଭ୍ୟୁ ଲାଗି ଡକାଯିବ ।
ଆବେଦନ ଶୁଳ୍କ:
ଆବେଦନ ଶୁଳ୍କ ସାଧାରଣ ବର୍ଗ ଓ ଓବିସି ପ୍ରାର୍ଥୀଙ୍କ ଲାଗି ୯୪୪ଟଙ୍କା ରହିଛି । ସେହିପରି ଏସସି, ଏସଟି ଓ ମହିଳା ପ୍ରାର୍ଥୀଙ୍କ ଲାଗି ଆବେଦନ ଶୁଳ୍କ ୭୦୮ ଟଙ୍କା ରହିଛି । ଏହି ରାଶି ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ଲାଗି ୪୭୨ଟଙ୍କା ରହିଛି । ଅନଲାଇନ୍‌ରେ ଆବେଦନ ଶୁଳ୍କ ଭରିବାକୁ ହେବ । ଅଧିକ ବିବରଣୀ ଲାଗି ପ୍ରାର୍ଥୀ ଏଲଆଇସି ଏଚଏଫଏଲ୍‌ର ଅଫିସିଆଲ ୱେବସାଇଟକୁ ଯାଇ ଦେଖିପାରିବେ ।

Get real time updates directly on you device, subscribe now.