fbpx

ସେପ୍ଟେମ୍ବର ୩୦ରେ LIC ବନ୍ଦ କରିଦେବ ଏକ ଖାସ୍ ପଲିସୀ: ଗ୍ରାହକଙ୍କୁ ଆଉ ମିଳିବନି ୬ଟି ବଡ଼ ଫାଇଦା

ନୂଆଦିଲ୍ଲୀ: ଯଦି ଆପଣମାନେ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ନିବେଶ କରିବାକୁ ଇଚ୍ଛୁକ ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆସନ୍ତା ୩୦ ତାରିଖରେ ଏଲଆଇସି ବନ୍ଦ କରିବାକୁ ଯାଉଛି ଏକ ଖାସ୍ ପଲିସୀ । ଏହି ସିଙ୍ଗଲ ପ୍ରିମିୟମ ପଲିସୀରେ ଗ୍ରାହକଙ୍କୁ ଅନେକ ଫାଇଦା ମିଳିଥାଏ । ତେଣୁ ଆପଣମାନେ ଯଦି ଇଚ୍ଛୁକ ତେବେ ଆଗାମୀ ୫ ଦିନ ମଧ୍ୟରେ ଆପଣ ଏହି ପ୍ଲାନ ନେଇ ପାରିବେ ।

ଭାରତୀୟ ସର୍ବବୃହତ ବୀମା କମ୍ପାନୀ ଏଲଆଇସି ଉପରେ ଲକ୍ଷ ଲକ୍ଷ ଲୋକମାନେ ଭରସା କରୁଛନ୍ତି । ଏଲଆଇସି ଗ୍ରାହକଙ୍କ ପାଇଁ ଅନେକ ଭିନ୍ନ ଭିନ୍ନ ପଲିସୀ ଆଣୁଥିବା ବେଳେ ସେଥିମଧ୍ୟରୁ ଧନ ବୃଦ୍ଧି ପଲିସୀ ମାଧ୍ୟମରେ ଜନସାଧାରଣ ସାରା ଜୀବନ ବେନିଫିଟ୍ ପାଇଥାନ୍ତି । ମାତ୍ର ଦୁଃଖର କଥା ଆସନ୍ତା ୩୦ ତାରିଖରେ ଏହି ପଲିସୀକୁ ବନ୍ଦ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି । ଏନେଇ କମ୍ପାନୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି ।

ଏଲଆଇସି ଧନ ବୃଦ୍ଧି ପ୍ଲାନକୁ ୧୦, ୧୫ ଓ ୧୮ ବର୍ଷର ପିଲାମାନେ ନେଇପାରିବେ । ଏଥିରେ ୯୦ ଦିନରୁ ୮ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ପଡ଼ିଥାଏ । ପ୍ଲାନକୁ ନିବେଶକ ଯେବେ ବି ଚାହିଁବେ ସରେଣ୍ଡର କରିପାରିବେ । ୮୦ସି ଅଧିନରେ ନିବେଶକଙ୍କୁ ୧.୫ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ରିହାତି ମିଳିଥାଏ । ଏହି ପ୍ଲାନରେ ସର୍ବନିମ୍ନ ୧,୨୫,୦୦୦ ଟଙ୍କାର ଗ୍ୟାରେଣ୍ଟି ରିଟର୍ଣ୍ଣ ମିଳିଥାଏ । ପ୍ଲାନର ପ୍ରଥମ ବିକଳ୍ପରେ ୬୦ରୁ ୭୫ ଟଙ୍କା ପର୍ଯ୍ୟନ୍ତ ଓ ଦ୍ୱିତୀୟ ବିକଳ୍ପରେ ପ୍ରତ୍ୟେକ ୧୦୦୦ ଟଙ୍କାର ମୂଳ ବୀମା ରାଶି ପାଇଁ ୨୫ରୁ ୪୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଗ୍ୟାରେଣ୍ଟି ମିଳିଥାଏ । ପ୍ଲାନରେ ମାଚ୍ୟୁରିଟି ବା ମୃତ୍ୟୁ ଉପରେ ପାଞ୍ଚ ବର୍ଷ ପାଇଁ ମାସିକ, ତିନି ମାସିଆ, ଛଅମାସିଆ ଓ ବାର୍ଷିକ ସେଟଲମେଣ୍ଟ ପରି ଅପ୍ସନ ରହିଥାଏ । ଏହି ପଲିସୀର ୩ ମାସ ପୂରା ହେବା ପରେ ନିବେଶକ ଲୋନ୍ ନେଇ ପାରିବେ ।

Get real time updates directly on you device, subscribe now.