fbpx

LIC ର ସମ୍ପତ୍ତି ପାକିସ୍ତାନ, ଶ୍ରୀଲଙ୍କା ଏବଂ ନେପାଳର GDP ଠାରୁ ଅଧିକ, ଏହି ସଂଖ୍ୟାକୁ ପାର କଲା କମ୍ପାନୀ

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ପାକିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କାର ଜିଡିପିକୁ ମିଶାଗଲେ ଏହା ଆମ ଦେଶର ଏକ ସରକାରୀ କମ୍ପାନୀର ସମୁଦାୟ ସମ୍ପତ୍ତି ସହ ସମାନ ହେବନାହିଁ । ଦେଶର ସବୁଠୁ ବଡ଼ ଏବଂ ସବୁଠାରୁ ପୁରୁଣା ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମର ଆସେଟ ଅଣ୍ଡର ମ୍ୟାନେଜମେଣ୍ଟ ଭାରତର ତିନୋଟି ପଡୋଶୀ ଦେଶଠାରୁ ମଧ୍ୟ ଅଧିକ ହୋଇଯାଇଛି । କମ୍ପାନୀର AUM ବର୍ଷକ ମଧ୍ୟରେ ୧୬.୪୮ ପ୍ରତିଶତ ବଢି ୬୧୬ ବିଲିୟନ ଡଲାର ଅର୍ଥାତ ୫୧,୨୧,୮୮୭ କୋଟି ଟଙ୍କା ହୋଇଯାଇଛି । ଗତ ଆର୍ଥିକ ବର୍ଷରେ ଏହା ୪୩,୯୭,୨୦୫ କୋଟି ଟଙ୍କା ଥିଲା । ମାର୍କେଟ କ୍ୟାପିଟାଲାଇଜେସନ ଦୃଷ୍ଟିରୁ ଏହା ଦେଶର ସପ୍ତମ ବୃହତ୍ତମ କମ୍ପାନୀ ଅଟେ । ବର୍ତ୍ତମାନ କମ୍ପାନୀର ମାର୍କେଟ କ୍ୟାପିଟାଲାଇଜେସନ ୬.୪୬ ଲକ୍ଷ କୋଟି ଟଙ୍କା ପାର ହୋଇଯାଇଛି ।

ଭାରତର ତିନୋଟି ପଡୋଶୀ ଦେଶ ଯେପରି କି ପାକିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କାର ସମୁଦାୟ ଡିଜିପି ଠାରୁ ଏଲଆଇସିର ସଂପତ୍ତି ଅଧିକ ହୋଇଯାଇଛି । ପାକିସ୍ତାନର ଡିଜିପି ୩୩୮ ବିଲିୟନ ଡଲାର ପାଖାପାଖି ଥିବାବେଳେ ନେପାଳର ଡିଜିପି ୪୪.୧୮ ବିଲିୟନ ଡଲାର ପାଖାପାଖି ରହିଛି । ଏଥି ସହ ଶ୍ରୀଲଙ୍କାର ଡିଜିପି ୭୪.୮୫ ବିଲିୟନ ଡଲାର ପାଖାପାଖି ରହିଛି । ଏଥିରେ ଏହି ତିନୋଟି ଦେଶର ଡିଜିପିକୁ ମିଶାଇଲେ ମଧ୍ୟ ଏହା ଏଲଆଇସିର ସମୁଦାୟ ସଂପତ୍ତି ପାଖାପାଖି ପହଁଚିପାରିନାହିଁ । ଏଲଆଇସି ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଫଳାଫଳ ପ୍ରକାଶ କରିଛି । ଏଥିରେ କମ୍ପାନୀର ନେଟ ପ୍ରଫିଟ୍ ୨.୫୦ ପ୍ରତିଶତ ବଢି ୧୩,୭୬୨ କୋଟି ଟଙ୍କାରେ ପହଞ୍ଚିଛି ।

Get real time updates directly on you device, subscribe now.