fbpx

ଆସିଲା LICର ସୁପରହିଟ୍ ସ୍କିମ୍‌ ; ପ୍ରତିଦିନ ଜମା କରନ୍ତୁ ମାତ୍ର ୪୫ ଟଙ୍କା, ପାଆନ୍ତୁ ୨୫ ଲକ୍ଷ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC ) ସବୁ ବର୍ଗର ଲୋକଙ୍କ ଲାଗି ପଲିସି ଆଣିଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଏଲଆଇସି ବିଭିନ୍ନ ଲୋଭନୀୟ ସ୍କିମ୍ ଆଣୁଛି । ଏହି ସମସ୍ତ ପଲିସି ଆପଣଙ୍କୁ ସୁରକ୍ଷା ଓ ରିଟର୍ଣ୍ଣର ଗ୍ୟାରେଣ୍ଟି ଦେଇଥାଏ । ଏହା ସହିତ ଏହି ପଲିସିରେ ଆପଣ ଅଳ୍ପ ଅଳ୍ପ ନିବେଶ କରି ବି ମୋଟା ରକମ ପାଇପାରିବେ । ଏହିପରି ଏକ ସ୍କିମ୍ ହେଉଛି ଏଲଆଇସିର ‘ଜୀବନ ଆନନ୍ଦ ପଲିସି’ । ଏହି ପଲିସିରେ ଆପଣ ଦୈନିକ ୪୫ ଟଙ୍କା ସଞ୍ଚୟ କରି ୨୫ ଲକ୍ଷ ଟଙ୍କା ପାଇପାରିବେ ।

ଆପଣ କମ୍ ପ୍ରିମିୟମରେ ମୋଟା ଲାଭ କମାଇବାକୁ ଚାହୁଁଥିଲେ ଏହା ଆପଣଙ୍କ ଲାଗି ଏକ ଭଲ ବିକଳ୍ପ ହେବ । ଏହାକୁ ଟର୍ମ ପଲିସି ବି କୁହାଯାଇପାରେ । ଆପଣ ଏହି ସ୍କିମ୍‌ରେ ପଲିସି ପୁରା ହେବା ପର୍ଯ୍ୟନ୍ତ ପ୍ରିମିୟମ ଭରିପାରିବେ । ଏହା ସହିତ ଏହି ପଲିସିରେ ଆପଣ ସ୍କିମ୍ ଜରିଆରେ କେତେକ ମାଚ୍ୟୁରିଟି ବେନିଫିଟ୍ ବି ପାଇପାରିବେ । ଏହି ପଲିସିରେ ସମ୍ ଆସ୍ୟୁରଡ୍ ରାଶି ଏକ ଲକ୍ଷ ରହିଥିବା ବେଳେ ସର୍ବାଧିକ ସୀମା କିଛି ନାହିଁ ।

ଜୀବନ ଆନନ୍ଦ ପଲିସିରେ ଆପଣ ପ୍ରତିଦିନ ୪୫ ଟଙ୍କା ଓ ମାସରେ ୧୩୮୫ ଟଙ୍କା ଜମା କରି ୨୫ ଲକ୍ଷ ଟଙ୍କା ପାଇପାରିବେ । କିନ୍ତୁ ଏହି ଟଙ୍କା ଆପଣଙ୍କୁ ପ୍ରତି ମାସରେ ଦୀର୍ଘ ଅବଧି ଲାଗି ଜମା କରିବାକୁ ହେବ । ଏହାର ପଲିସି ଟର୍ମ ୧୫ରୁ ୩୫ ବର୍ଷ ରହିଛି । ଯଦି ଆପଣ ଏହି ପଲିସିରେ ପ୍ରତିଦିନ ୪୫ ଟଙ୍କା ଜମା ୩୫ ବର୍ଷ ପର୍ଯ୍ୟନ୍ତ ଜମା କରିବେ ତେବେ ଏହି ପଲିସିର ମାଚ୍ୟୁରିଟି ପୁରା ହେବା ପରେ ଆପଣଙ୍କୁ ୨୫ ଲକ୍ଷ ଟଙ୍କା ମିଳିବ । ବାର୍ଷିକ ଆଧାରରେ ଆପଣଙ୍କ ସଞ୍ଚୟକୁ ଦେଖିଲେ ଏହା ୧୬,୩୦୦ଟଙ୍କା ହେବ । ୩୫ ବର୍ଷରେ ମୋଟ ନିବେଶ କରାଯାଇଥିବା ରାଶି ରହିବ ୫,୭୦,୫୦୦ଟଙ୍କା । ଅର୍ଥାତ୍ ୩୫ ବର୍ଷ ଧରି ନିବେଶ କରିବା ପରେ ଏଥିରେ ସମ୍ ଆସ୍ୟୁରଡ୍ ରାଶି ହେବ ୫ ଲକ୍ଷ । ମାଚ୍ୟୁରିଟି ପିରିୟଡ୍ ପରେ ଆପଣଙ୍କୁ ଏହି ଟଙ୍କାରେ ରିଭିଜନାରୀ ବୋନସ୍ ୮.୬୦ ଲକ୍ଷ, ଫାଇନାଲ୍ ବୋନସ୍ ୧୧.୫୦ ଲକ୍ଷ ମିଶାଇ ପ୍ରଦାନ କରାଯିବ । ଏଲଆଇସି ଜୀବନ ଆନନ୍ଦ ପଲିସିରେ ୨ ଥର ବୋନସ୍ ଦିଆଯାଇଥାଏ । କିନ୍ତୁ ଏଥିପାଇଁ ଆପଣଙ୍କ ପଲିସି ୧୫ ବର୍ଷର ହେବା ଜରୁରୀ ।

Get real time updates directly on you device, subscribe now.