fbpx
BSKY
BJD SHG SKY
BJD MC SKY

ସମୁଦ୍ର ମଧ୍ୟରୁ ମିଳିଲା ଏକ ଅଦ୍ଭୂତ ଜିନିଷ: ପରେ ଜଣାପଡ଼ିଲା ଏହାର ମୂଲ୍ୟ କୋଟି ଉପରେ, ରାତାରାତ୍ ମାଲାମାଲ୍ ହେଲେ ୩୫ ମତ୍ସ୍ୟଜୀବୀ

କୁହାଯାଏ, ଭାଗ୍ୟ କେତେବେଳେ କାହାର ସାଥ୍ ଦେବ, ତାହା କହିହେବ ନାହିଁ । ଭାଗ୍ୟ ବଳରେ ଜଣେ ସାଧାରଣ ମଣିଷ ବି କମ୍ ସମୟ ମଧ୍ୟରେ ବହୁତ କିଛି ହାସଲ କରିପାରିବ । ୟେମେନର କିଛି ମତ୍ସ୍ୟଜୀବୀଙ୍କ ଭାଗ୍ୟ ଏହିପରି ଭାବରେ ରାତାରାତି ପରିବର୍ତ୍ତନ ହୋଇଯାଇଛି । ୩୫ ଜଣ ମତ୍ସ୍ୟଜୀବୀ ଦକ୍ଷିଣ ୟେମେନର ସେରିଆ ଉପକୂଳବର୍ତ୍ତୀ ଅଞ୍ଚଳରେ ଯାତ୍ରା କରୁଥିବା ବେଳେ ସେମାନେ ଏକ ବିଶାଳ ସାମୁଦ୍ରିକ ଜୀବ ହ୍ୱେଲର ଶବ ଦେଖିଥିଲେ । ଏହାପରେ ସେମାନେ ଉକ୍ତ ଜୀବର ଶବକୁ କାଟି ଶରୀର ଭିତରର ସମସ୍ତ ଅଂଶକୁ ଦେଖିଥିଲେ । ଏହି ସମୟରେ ସେମାନେ ବଡ଼ ଧରଣର ମହମ ତଥା କଳା କାଦୁଆ ପରି ଏକ ଜିନିଷ ହ୍ୱେଲର ପେଟ ଭିତରୁ ପାଇଥିଲେ । ଏହି ଅଜଣା ଜିନିଷଟିର ନାମ ଆମ୍ବରଗ୍ରୀସ୍ ବା ହେଲ୍ ବାନ୍ତି ବୋଲି ଲୋକେ କହିଥାନ୍ତି । ଏହାର ମୂଲ୍ୟ ପାଖାପାଖି ୧୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି ।

ପ୍ରକୃତ କଥା ହେଉଛି, ହ୍ୱେଲର ଶୁକ୍ରାଣୁରେ ହଜମ ପ୍ରକ୍ରିୟା ବେଳେ ଆମ୍ବରଗ୍ରୀସ୍ ଉତ୍ପନ ହୋଇଥାଏ । ସାମୁଦ୍ରିକ ଜୀବର ଅନ୍ତନଳୀରେ ଏହି ପଦାର୍ଥ ଗୁପ୍ତ ଭାବେ ଉତ୍ପନ୍ନ ହୁଏ ବୋଲି କୁହାଯାଏ । ଏହା ଏକ ମୂଲ୍ୟବାନ ପଦାର୍ଥ ବୋଲି ସମସ୍ତଙ୍କୁ ଜଣା ନଥାଏ । ଏହା ଦେଖିବାକୁ ଧୂସର ବା କଳା ରଙ୍ଗର ହୋଇଥାଏ । ଏହା କଠିନ ମହମ ପରି ଦେଖାଯିବା ସହ ଏକ ଜ୍ୱଳନ୍ତ ପଦାର୍ଥ ଅଟେ । ଆମ୍ବରଗ୍ରିସକୁ ପରଫ୍ୟୁମର ସୁଗନ୍ଧକୁ ଦୀର୍ଘଦିନ ଧରି କାଏମ୍ ରହିବାକୁ ଉପଯୋଗ କରାଯାଇଥାଏ । ପରେ ମତ୍ସ୍ୟଜୀବୀମାନେ ମଧ୍ୟ ଏକଥା ଜାଣିପାରିଥିଲେ ଯେ, ସେମାନେ ଏକ ମୂଲ୍ୟବାନ ଜିନିଷକୁ ପାଇଛନ୍ତି । ଏହାପରେ ସେମାନେ ତାକୁ କୂଳକୁ ନେଇ ତା’ ପେଟରେ କ’ଣ ଅଛି ଜାଣିବାକୁ ଚାହିଁଥିଲେ । ଏହି ଘଟଣାଟି ପରେ ଚାରିଆଡ଼େ ପ୍ରଘଟ ହୋଇଯାଇଥିଲା । ତେବେ ଏହି ପ୍ରଚୁର ଅର୍ଥକୁ ନିଜର ବିବାହ ଓ ସୁନ୍ଦର ଘର କିଣିବାରେ ବିନିଯୋଗ କରିବେ ବୋଲି ଜଣେ ମତ୍ସ୍ୟଜୀବୀ କହିଥିଲେ । ଗତ ଜାନୁଆରୀ ମାସରେ ଥାଇଲାଣ୍ଡର ଜଣେ ୨୦ ବର୍ଷୀୟ ମତ୍ସ୍ୟଜୀବୀ ମଧ୍ୟ ଏପରି ୧.୭ କୋଟି ବିଶିଷ୍ଟ ଏକ ମୂଲ୍ୟବାନ ଜିନିଷ ପାଇଥିଲେ ।

Get real time updates directly on you device, subscribe now.