fbpx

ଲିଫ୍ଟର ହେଲା ବ୍ରେକ୍ ଫେଲ୍‌, ତଳକୁ ଯିବା ପରିବର୍ତ୍ତେ ଟପ୍ ଫ୍ଲୋରର ଛାତ ଫଟେଇଲା, ୩ ଜଣ ଆହତ

Advertisement

ନୋଏଡ଼ା: ଉତ୍ତର ପ୍ରଦେଶ ଗୌତମବୁଦ୍ଧ ନଗର ଜିଲ୍ଲାରେ ପୁଣି ଥରେ ଲିଫ୍ଟ ସହ ଜଡ଼ିତ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଲିଫ୍ଟଟି ତଳକୁ ଆସିବା ପରିବର୍ତ୍ତେ ଉପରକୁ ଯାଇଥିଲା । ଏଥିରେ ୩ ଜଣ ଆହତ ହୋଇଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ସୂଚନାରୁ ପ୍ରକାଶ ରବିବାର ନୋଏଡ଼ାର ସେକ୍ଟର-୧୩୭ ସ୍ଥିତ ପାରସ ଟିଏରା ସୋସାଇଟିର ଟାୱାର ୫ରେ ହଠାତ ଲିଫ୍ଟଟି ଖରାପ ହୋଇଯାଇଥିଲା । ତେବେ ୪ର୍ଥ ମହଲାରେ କିଛି ଲୋକମାନେ ଲିଫ୍ଟରୁ ବାହାରି ଆସିଥିଲେ । ଏହି ସମୟରେ ହଠାତ ଲିଫ୍ଟର ବ୍ରେକ୍ କାମ କରିବା ବନ୍ଦ ହୋଇଯାଇଥିଲା ଏବଂ ଲିଫ୍ଟଟି ହଠାତ ଉପରକୁ ଉଠିଯାଇ ଟପ୍ ଫ୍ଲୋର(୨୫ ମହଲା)ର ଛାତ ଭାଙ୍ଗିଦେଇଥିଲା । ଏହି ଘଟଣାରେ ଲିଫ୍ଟରେ ଥିବା ୩ ଜଣ ଆହତ ହୋଇଥିଲେ । ସୁୁଚନା ପାଇ ନୋଏଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଅପରପକ୍ଷେ ସୋସାଇଟିର ଅଧିବାସୀଙ୍କ କହିବାନୁଯାୟୀ ଲିଫ୍ଟର ରକ୍ଷଣବେକ୍ଷଣକୁ ନେଇ ଅବହେଳା କରାଯାଇଥିବାରୁ ଏପରି ଘଟଣା ଘଟିଛି । ତେଣୁ ସୋସାଇଟିର ସଚିବ ଏଦିଗରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ନେଇ ଦାବି କରାଯାଇଛି । ଏହି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.