ତାତିରୁ ମିିଳିବ ଆଶ୍ବସ୍ତି, ଆଉ 5 ଦିନ ପରେ ଏହି 9 ଜିଲ୍ଲାରେ ବର୍ଷା ସମ୍ଭାବନା

୧୯ରୁ ୨୧ ମଧ୍ୟରେ ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ।

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର । ତାତି କଲବଲ କରୁଥିବା ବେଳେ କିଛି ଦିନ ମଧ୍ୟରେ ଭିଜିବ ଓଡିଶା । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ।

 ଆଉ 5 ଦିନ ପରେ ବର୍ଷିବ-  ବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଅନୁସାରେ, ଆସନ୍ତା ୧୯ରୁ ୨୧ ମଧ୍ୟରେ ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି ।

ଏହି ସ୍ଥାନରେ ବର୍ଷା ସମ୍ଭାବନା- ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷା ସମ୍ଭାବନା ରହିଛି । ତେବେ 19 ତାରିଖ ଯାଏଁ ପାଗ ଶୁଖିଲା ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ୱରରେ ତାତି ୩୫ ଡିଗ୍ରୀ ଛୁଇଁଛି । ଯାହାକି ଚଳିତ ବର୍ଷର ସର୍ବାଧିକ ରେକର୍ଡ କରାଯାଇଛି। ଗୁରୁବାର ଦିନ ୨.୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏହାରି ଭିତରେ ବର୍ଷା ଖବର ଏକ ପ୍ରକାର ଆଶ୍ବସ୍ତି ଆଣିଛି ।