fbpx

ଏହି ଗ୍ରହରେ ହେଉଛି ଭୟଙ୍କର ବଜ୍ରପାତ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଫଟୋ

ଆମ ସୌର ମଣ୍ଡଳରେ ପୃଥିବୀ ଏକମାତ୍ର ଗ୍ରହ ନୁହେଁ, ଯେଉଁଠି ବଜ୍ରପାତ, ଝଡ କିମ୍ବା ବାଦଲ ଫାଟିଥାଏ । ଏପରିି ଅନେକ ଗ୍ରହ ରହିଛି, ଯେଉଁଠି ଏଭଳି ଗତିବିଧି ଓ ଘଟଣା ଦେଖିବାକୁ ମିଳିଥାଏ । ତେବେ ଆମ ସୌର ମଣ୍ଡଳର ସବୁଠାରୁ ବଡ ଗ୍ରହରେ ଏବେ ଭୟଙ୍କର ଝଡ ଆସିଛି । ସେଠାରେ ଭୟଙ୍କର ବଜ୍ରପାତ ମଧ୍ୟ ଜାରି ରହିଛି । ଏହି ବଜ୍ରପାତ ମଧ୍ୟ ଦୁଇ ପ୍ରକାର । ଏହାର ଖୁବ୍ ଆଶ୍ଚର୍ଯ୍ୟକର ଫଟୋ ଏବେ ସାମନାକୁ ଆସିଛି ।

ତେବେ ଯେଉଁ ଗ୍ରହରେ ଝଡ, ବଜ୍ରପାତ ଓ ବାଦଲ ଫାଟୁଛି, ତାହାର ନାଁ ହେଉଛି ବୃହସ୍ପତି । ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସାର ଜୁନୋ ସ୍ପେସକ୍ରାଫ୍ଟ ଏହି ଝଡ ଓ ବଜ୍ରପାତର ଫଟୋ ଉଠାଇଛି । ଏହି ଫଟୋ ସାଧାରଣ କ୍ୟାମେରା ବ୍ୟତୀତ ଇନଫ୍ରାରେଡ୍, ଅଲଟ୍ରା ଭାଓଲେଟ୍ କ୍ୟାମେରାରୁ ମଧ୍ୟ ନିଆଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ବଜ୍ରପାତ ଗ୍ରହର ପୃଷ୍ଠ ଭାଗରେ ନୁହେଁ ବଂର ବାୟୁମଣ୍ଡଳର ଉପରେ ସୃଷ୍ଟି ହେଉଛି । ଯେଉଁ କାରଣରୁ ମହାକାଶରେ ଆଲୋକ ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.