fbpx

ବିଜୁଳି ମାରିବାର ୩୦ ମିନିଟ୍ ପୂର୍ବରୁ ମିଳିବ ଆଲର୍ଟ! ଲୋକଙ୍କୁ ସୁରକ୍ଷା ଦେବ ‘ଲାଇଟନିଂ ମ୍ୟାନେଜମେଣ୍ଟ ସିଷ୍ଟମ’

ନୂଆଦିଲ୍ଲୀ: ନିକଟରେ ଦେଶର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ମାରିବା କାରଣରୁ ବହୁ ଲୋକଙ୍କର ମୃତ୍ୟୁ ଘଟିଥିଲା । ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶରେ ୮୪ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ଷ୍ଟେଟ୍ ରିଲିଫ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେବଳ ୪୩ ଜଣଙ୍କର ମୃତ୍ୟୁ ଜୁଲାଇ ୧୦ ତାରିଖ ସନ୍ଧ୍ୟା ୬.୩୦ ଠାରୁ ୨୪ ଘଣ୍ଟା ଅବଧି ମଧ୍ୟରେ ଘଟିଥିଲା । ଆକାଶରୁ ଖସୁଥିବା ବିଜୁଳି ମାରିବା କାରଣରୁ ଚଳିତ ବର୍ଷର ମୃତ୍ୟୁ ସଂଖ୍ୟା ଗତବର୍ଷ ଅପେକ୍ଷା ଯଥେଷ୍ଟ ଅଧିକ ରହିଛି । ଦେଶର ବିଭିନ୍ନ ରାଜ୍ୟ ଅପେକ୍ଷା ୟୁପିରେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି ।

ତେଣୁ ବିଜୁଳି ମୃତ୍ୟୁ ସଂଖ୍ୟାରେ ରୋକ ଲଗାଇବା ଓ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ୟୁପି ସରକାର ଓ ଆଇଏମଡି ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟର ପ୍ରତି ଜିଲ୍ଲାରେ ‘ଲାଇଟନିଂ ଆଲର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ’ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୩୦୦ କୋଟି ଟଙ୍କାର ଅର୍ଥ ଖର୍ଚ୍ଚ କରାଯିବ । ଏହି ବ୍ୟବସ୍ଥା ଫଳରେ ୩୦ ମିନିଟ୍ ପୂର୍ବରୁ ବିଜୁଳି ଜନିତ ଆଲର୍ଟ ମିଳିପାରିବ । ଫଳରେ ବିଜୁଳି ମାରିବା କାରଣରୁ ହେଉଥିବା ମୃତ୍ୟୁରୁ ରକ୍ଷା ମିଳିପାରିବ ବୋଲି ଆଶା କରାଯାଉଛି ।

ରିପୋର୍ଟ ମୁତାବକ, ଉତ୍ତରପ୍ରଦେଶରେ ୩ଟି ପର୍ଯ୍ୟାୟରେ ଲାଇଟିନିଂ ଆଲର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ସ୍ଥାପନ କରାଯିବ । କୌଣସି ସ୍ଥାନରେ ବିଜୁଳି ଖସିବା ବିଷୟରେ ଜାଣିବା ପାଇଁ ଆଇଏମଡି ବର୍ତ୍ତମାନ ରାଡାର ଆଧାରିତ ପ୍ରଣାଳୀ ଉପ ଉପଗ୍ରହ ତଥ୍ୟ ଉପରେ ନିର୍ଭରଶୀଳ ରହିଛି । ସେଥିପାଇଁ ତାହାକୁ ରିୟଲ ଟାଇମ୍ ୱାର୍ଣ୍ଣିଂ ଭାବେ ଗ୍ରହଣ କରାଯାଉନାହିଁ । ଟାଇମ୍ ଅଫ୍ ଆରାଇଭଲ (ଟିଓଏ) ଟେକନିକ ସିଷ୍ଟମ ବିଜୁଳି ଖସିବାର ସମ୍ଭାବନାକୁ ଅତିକମରେ ୩୦ ମିନିଟ୍ ପୂର୍ବରୁ ସଫଳତା ଭାବେ ଜାଣି ପାରିବ ଓ ଚେତାବନୀ ଦେଇ ପାରିବ ।

Get real time updates directly on you device, subscribe now.