fbpx

‘ଆଳୁ-ପିଆଜ’ ବିକିବା ପରି ଅଧିନାୟକ ବାଣ୍ଟୁଛି ବିସିସିଆଇ, ବୋର୍ଡର ନିଷ୍ପତ୍ତି ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ୨୦୨୧ ଟି-୨୦ ବିଶ୍ଵ କପ୍ ପରେ ବିରାଟ କୋହଲି ଟି-୨୦ ଫମାର୍ଟରେ ଅଧିନାୟକ ପଦ ଛାଡି ଦେଇଥିଲେ। ଏହା ପରେ ରୋହିତ ଶର୍ମାଙ୍କୁ ଏହି ଫର୍ମାଟରେ ଅଧିନାୟକ କରାଯାଇଛି। ୨୦୨୨ ଆରମ୍ଭ ସୁଦ୍ଧା ବିରାଟ କୋହଲି ତିନି ଫର୍ମାଟର ଅଧିନାୟକରୁ ହଟି ଯାଇଥିଲେ। ଏହା ପରେ ରୋହିତ ଶର୍ମାଙ୍କୁ ତିନି ଫର୍ମାଟର ଅଧିନାୟକ କରାଯାଇଥିଲା। ହେଲେ ରୋହିତଙ୍କୁ ବିଶ୍ରାମ ଦେଇ ବିସିସିଆଇ ଏ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସିରିଜରେ ସାତ ଜଣଙ୍କୁ ଅଧିନାୟକ କରିଛି। ଶିଖର ଧାଓ୍ଵନ ଚଳିତ ମସ ଶେଷ ଆଡକୁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ଦଳର ନେତୃତ୍ଵ ନେବେ। ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ଯେମିତି ଭାରତୀୟ ଦଳ ଘୋଷଣା ହେଲା, ସାମାଜିକ ଗଣମାଧ୍ୟମରେ ବିସିସିଆଇ ଉପରେ ଖୁବ୍ ବର୍ଷିଛନ୍ତି କ୍ରିକେଟ୍ ପ୍ରଶଂସକ। ବିସିସିଆଇକୁ ଖୁବ୍ ଟ୍ରୋଲ କରୁଛନ୍ତି।

 

ପ୍ରଶଂସକ କହିଛନ୍ତି, ବିସିସିଆଇ ଆଳୁ-ପିଆଜ ପରି ଭାରତୀୟ ଦଳର ଅଧିନାୟକ ବାଣ୍ଟି ଚାଲିଛି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚର ଦିନିକିଆ ସିରିଜରେ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ମହମ୍ମଦ ଶାମି ଏବଂ ଋଷଭ ପନ୍ତଙ୍କୁ ଆରାମ ଦିଆଯାଇଛି। କେଏଲ ରାହୁଲ ସର୍ଜରୀ କାରଣରୁ ଭାରତୀୟ ଦଳ ବାହାରେ ଅଛନ୍ତି। ବିଶେଷ କରି ରୋହିତ ଶର୍ମାଙ୍କୁ ବିଶ୍ରାମ ଦେବା ବିସିସିଆଇର ନିଷ୍ପତ୍ତିକୁ ପ୍ରଶଂସକ ସହଜେ ଗ୍ରହଣ କରି ପାରି ନାହାନ୍ତି।

 

ପ୍ରତିଟି ସିରିଜରେ ନୂଆ ନୂଆ ଅଧିନାୟକ ରହୁଥିବାରୁ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ସର୍ବଦା ରଣନୀତି ବଦଳାଇବାକୁ ପଡୁଛି। ଦ୍ରାବିଡ କୋଚ୍ ପଦ ସମ୍ଭାଳିବା ପରଠୁ ଏ ଯାଏଁ ସାତ ଜଣ ଅଧିନାୟକ ସହ କାମ କରି ସାରିଛନ୍ତି। ଫଳରେ ଦଳ ସଠିକ୍ ମାର୍ଗରେ ଯାଉଥିବା ପରି ମନେ ହେଉନଥିବା କ୍ରିକେଟ୍ ସମୀକ୍ଷକ କହୁଛନ୍ତି। ଗୋଟିଏ ପରେ ଗୋଟିଏ ସିରିଜରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇ ଭିନ୍ନ ଭିନ୍ନ ଖେଳାଳିଙ୍କୁ ଅଧିନାୟକ କରାଯିବାକୁ ନାପସନ୍ଦ କରିଛନ୍ତି ପୂର୍ବତନ ଖେଳାଳି।

 

 

Get real time updates directly on you device, subscribe now.