fbpx

ପସନ୍ଦ ଆସିଲାଣି ଆପ୍, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର ପ୍ରଶଂସା ପରେ ଆସନ୍ତା କାଲି ସାକ୍ଷାତ କରିବେ ସିଦ୍ଦୁ

ନୁଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ନବଜୋତ ସିଂ ସିଦ୍ଦୁଙ୍କ ନିଜର ସ୍ଥିତି ପାର୍ଟିରେ କିଛି ଠିକ୍ ନାହିଁ । ଏପରିକି ପାର୍ଟି ପ୍ରଭାରୀ ହାଇକମାଣ୍ଡଙ୍କ ନିକଟରେ ତାଙ୍କ ବିରୋଧରେ ଅଭିଯୋଗ କରିସାରିଲେଣି । ଏଭଳି ସମୟରେ ସେ ଆମ୍ ଆଦମୀ ସରକାରଙ୍କ ପ୍ରଶାଂସା କରିବାରୁ ପଛକୁ ହଟୁ ନାହାନ୍ତି ।

ଆସନ୍ତା କାଲି ସେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହିତ ସାକ୍ଷାତ କରିବେ ବୋଲି ସୂଚନା ଦେଇଛନ୍ତି । କିଛି ଦିନ ପୁର୍ବରୁ ସେ ଭଗବନ୍ତ ମାନଙ୍କର ଖୁବ୍ ପ୍ରଶାଂସା କରି ତାଙ୍କୁ ଜଣେ ସଚ୍ଚୋଟ ଲୋକ କହିବା ସହ ସେ ତାଙ୍କର ସାନ ଭାଇ ବୋଲି କହିଥିଲେ ।
ନନବଜୋତ ସିଂ ଏକ ଟ୍ୱିଟ୍ କରି କହିଛନ୍ତି ଯେ ପଞ୍ଜାବ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ଲାଗି ସେ ମୁଖ୍ୟମନ୍ତ୍ରୀ ଭାଗବନ୍ତଙ୍କୁ ଆସନ୍ତା କାଲି ସନ୍ଧ୍ୟ ୫ଟା ୧୫ ମିନିଟରେ ଦେଖା କରିବେ ବୋଲି ସୂଚନା ଦେଇଛନ୍ତି । ସେ ପଞ୍ଜାବର ଅର୍ଥନୀତି ବିଷୟରେ ଆଲୋଚନା କରିବେ। କେବଳ ଆନ୍ତରିକତା ଏବଂ ମିଳିତ ପ୍ରୟାସ ପଞ୍ଜାବକୁ ଭଲ ସ୍ଥିତି ଆଣିପାରିବ ବୋଲି କହିଛନ୍ତି ।

ଗତ ମାସରେ ସେ ଭଗବନ୍ତ ମାନଙ୍କ ଜଣେ ସଚ୍ଚୋଟ ଲୋକ କହିଥିଲେ । ଏବଂ ସେ ତାଙ୍କ ଉପରେ ଆଙ୍ଗୁଳି ଉଠାଇବେ ନାହିଁ ବୋଲି ମଧ୍ୟ କହିଥିଲେ । ତେବେ ଦଳ ବ୍ୟକ୍ତି ନିର୍ବିଶେଷରେ ମୁଁ ସେମାନଙ୍କୁ ସମର୍ଥନ କରିବି କାରଣ ଏହା ପଞ୍ଜାବ ପାଇଁ ଲଢ଼େଇ । ଏହାର ଗୋଟିଏ ଦିନ ପୂର୍ବରୁ ସେ ପଞ୍ଜାବର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆମ୍ ଆଦମୀ ପାର୍ଟିକୁ ମଧ୍ୟ ଟାର୍ଗେଟ କରିଥିଲେ।

 

 

 

Get real time updates directly on you device, subscribe now.