ଲିଙ୍ଗରାଜରେ ପୟାଶ୍ରାଦ୍ଧ ଓ ପିଣ୍ଡଦାନ ମନା
ଭୁବନେଶ୍ବର୧୩ ।୧୧(ଓଡିଶା ଭାସ୍କର) : କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପିଣ୍ଡଦାନ ଉପରେ ମଧ୍ୟ କଟକଣା ଲାଗିଯାଇଛି । ଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ, ପିଣ୍ଡଦାନ୍କୁ ବ୍ୟାନ୍ କରିଛି ବିଏମ୍ସି। ପୁରୀ ଶ୍ରୀମନ୍ଦିର ଆଗରେ ମଧ୍ୟ କାଉଁରିଆ କାଠି ଜାଳି ପାରିବେନି ଶ୍ରଦ୍ଧାଳୁ ବୋଲି କଟକଣା ଲାଗିଛି । ଘରେ ରହି ପୟା ଶ୍ରାଦ୍ଧ ପାଳନ କରିବାକୁ ପ୍ରଶାସନ ଅନୁରୋଧ କରିଛି । ସମସ୍ତ ପର୍ବ ପର୍ବାଣୀ ଉପରେ ବେଶ୍ ଭାରି ପଡିଛି କରୋନା। ଚଳିତ ବର୍ଷ ସମସ୍ତ ପର୍ବ ପର୍ବାଣୀ କଟକଣା ଭିତରେ ପାଳିତ ହୋଇଥିବାବେଳେ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଛି।