ଜାଗରରେ ରାଗିଗଲେ ପ୍ରଭୁ ଲିଙ୍ଗରାଜ, ୧୨ଫୁଟ୍ ଉଚ୍ଚତାରୁ ତଳକୁ ଖସିପଡ଼ିଲେ ସେବାୟତ
ଫାଟିଯାଇଛି ମୁହଁ, ମୁଣ୍ଡ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ।
ଭୁବନେଶ୍ୱର: ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ମହାଦୀପ ନୀତି ସମ୍ପାଦନ ବେଳେ ଅଘଟଣ ଘଟିଛି । ମହାଦୀପ ଧରି ମନ୍ଦିର ଚୂଡ଼ାକୁ ଚଖୁଥିବାବେଳେ ସେବାୟତ ଭାରସାମ୍ୟ ହରାଇ ମନ୍ଦିର କାନ୍ଥରୁ ତଳକୁ ଖସିପଡ଼ିଛନ୍ତି ।
ମୁହଁ ମାଡ଼ି ପଡ଼ିଲେ: ପ୍ରାୟ ୧୨ ଫୁଟ୍ ଉଚ୍ଚରୁ ତଳକୁ ଖସିପଡ଼ିବା ଯୋଗୁଁ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆହତ ସେବାୟତଙ୍କ ନାମ ଯୋଗେନ୍ଦ୍ର ସମର୍ଥା ଓରଫ ଯୋଗିଆ । ସେ ଲିଙ୍ଗରାଜଙ୍କ ସମର୍ଥା ସେବାୟତ ।
ଏହା ପ୍ରଥମ: ଯୋଗେନ୍ଦ୍ର ପ୍ରତିବର୍ଷ ଜାଗରରେ ମନ୍ଦିର ଉପରକୁ ମହାଦୀପ ଉଠାନ୍ତି । ଗୁରୁତର ଆହତ ଯୋଗୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହାଦୀପ ଉଠାଇଲାବେଳେ ଏପ୍ରକାର ଅଘଟଣ ପ୍ରଥମ ଥର ଘଟିଥିବା ଆଲୋଚନା ହେଉଛି । ଅଘଟଣରେ ଅନ୍ୟ ସେମାୟତମାନେ ମାନେ ଆହତ ହୋଇଥିବା ଜଣାପଡ଼ିଛି ।
ଭେଟିଲେ ମୁଖ୍ୟମନ୍ତ୍ରୀ: ରାତି ପ୍ରାୟ ସାଢ଼େ ୧୦ଟାବେଳକୁ ଯୋଗେନ୍ଦ୍ର ମଶାଲ ଧରି ମନ୍ଦିର ଚୂଡ଼ାକୁ ଚଢ଼ିଲାବେଳକୁ ୧୨ ଫୁଟ ଉଚ୍ଚତାରୁ ହଠାତ୍ ମଶାଲ ସହ ତଳେ ଖସିପଡ଼ିଥିଲେ । ଯୋଗେନ୍ଦ୍ରଙ୍କ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା କୁହାଯାଉଛି ।