ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ, ବିଭ୍ରାଟ କରିଥିବା ସେବାୟତଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ବର୍ତ୍ତମାନ ଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ । ବିବାଦ ତୁଟିଥିବା ନେଇ ବୈଠକ ପରେ ସୂଚନା ଦେଲେ ଜିଲ୍ଲାପାଳ ଚଞ୍ଚଳ ରାଣା ।

ଜିଲ୍ଲାପାଳଙ୍କ କହିବା ଅନୁସାରେ, ଯେଉଁମାନେ ବିଶୃଙ୍ଖଳା କରିଥିଲେ କାର୍ଯ୍ୟାନୁଷ୍ଠାନ ହେବ । ୨୪ ଘଣ୍ଟା ମଧ୍ୟରେ ADM ତଦନ୍ତ କରି ରିପୋର୍ଟ ଦେବେ ।

ରିପୋର୍ଟ ମିଳିବା ପରେ ସେମାନଙ୍କୁ ସୋ କଜ୍‌ ନୋଟିସ୍‌ ହେବ ।  ଅତି କମ୍‌ରେ ବିଶୃଙ୍ଖଳାକାରୀଙ୍କୁ ସେବା ପୂଜାରୁ ସସ୍‌ପେଣ୍ଡ୍‌ କରାଯିବ ।

ତେବେ ଆଜି ଲିଙ୍ଗରାଜ ମନ୍ଦିର ନୀତିକ୍ରାନ୍ତିରେ ସୁଧାର ଆଣିବା ପାଇଁ ବୈଠକ କରାଯାଇଥିଲା । ବିବାଦର ସମାଧାନ ପାଇଁ ସର୍କିଟ ହାଉସରେ ଅନୁଷ୍ଠିତ ବୈଠକରେ ସଂପୃକ୍ତ ଅଧିକାରୀ ଏବଂ ପୂଜାପଣ୍ଡା ନିୟୋଗ ଏବଂ ବଡୁ ନିୟୋଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ତେବେ ଆଲୋଚନା ହେବା ପରେ ବାଟ ମଧ୍ୟ ବାହାରିଛି ।

ଖୋର୍ଦ୍ଧା ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତ ସେବାୟତମାନଙ୍କୁ କାରଣ ଦର୍ଶାଅ  ନୋଟିସ୍ ଜାରି କରାଯିବ ଏବଂ ଟ୍ରଷ୍ଟ ବୋର୍ଡର ଧାରା ୩୨ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।