fbpx

ଆଧାରକୁ ରାସନକାର୍ଡରେ ଲିଙ୍କ ପରେ ୫୦ ଲକ୍ଷ ଉପୋଭକ୍ତାଙ୍କର କଟିଲା ରାସନ କାର୍ଡ

ନୂଆଦିଲ୍ଲୀ: ଗରିବ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ହୁଅନ୍ତୁ ଅବା କେନ୍ଦ୍ର ସରକାର ଅନେକ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ଏହି ଯୋଜନା ଅନେକାଂଶରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ । କାରଣ ଦେଶ ତଥା ରାଜ୍ୟରେ ଏପରି ଅନେକ ଲୋକ ଅଛନ୍ତି ଯିଏକି ଏହି ସରକାରୀ ଯୋଜନାର ଲାଭ ଉଠାଉଛନ୍ତି । ଯେଉଁମାନେ କି ଏହି ଯୋଜନାର ଯୋଗ୍ୟ ହିତାଧିକାରୀ ନୁହଁନ୍ତି । ତେବେ ଏହିପରି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରାୟ ୫୦ ଲକ୍ଷ ଅଯୋଗ୍ୟ ହିତାଧୀକାରୀଙ୍କୁ ସରରକାରୀ ଯୋଜନାରୁ ବାଦ୍ ଦିଆଯାଇଛି ।

ଆସାମ ସରକାର ରାସନକାର୍ଡ ସହିତ ଆଧାର ଲିଙ୍କକୁ ବାଧ୍ୟତାମୂଳକ କରିଦେଇଛନ୍ତି । ଫଳରେ ସରକାରଙ୍କ ଏହି ନିଷ୍ପତି ପରେ ରାଜ୍ୟର ପ୍ରାୟ ୫୦ ଲକ୍ଷ ରାସନକାର୍ଡଧାରୀ ରାସନ ନନେବା ସହିତ ସେମାନଙ୍କ ରାସନ କାର୍ଡ ସହିତ ଆଧାର ମଧ୍ୟ ଲିଙ୍କ କରାଇ ନାହାଁନ୍ତି । ତେବେ ସମାଚାର ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱା ଶର୍ମା କ୍ୟାବିନେଟ୍ ବୈଠକ ପରେ ସମ୍ବାଦଦାତାମାନଙ୍କୁ ଜଣାଇଥିଲେ ଯେ ରାଜ୍ୟରେ ଆଧାର କାର୍ଡକୁ ରାସନ କାର୍ଡ ସହିତ ସଂଯୋଗ କରିବା ଦ୍ୱାରା ପ୍ରାୟ ୫୦ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ସମ୍ବନ୍ଧରେ ଜଣାପଡିଥିଲା । ଏଥିସହିତ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱା ଶର୍ମା ଆହୁରୀ ମଧ୍ୟ କହିଥିଲେ ଯେ ଏହି ୫୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟକୁ କିଛି ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ କିଛି ନକଲି ରାସନକାର୍ଡ ମଧ୍ୟ ମିଳିଛି ।

ତେବେ ଏହି ନକଲି ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ସରକାରୀ ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ତେବେ ରାସନ କାର୍ଡ ସହିତ ଆଧାର ଲିଙ୍କ କରିବା ଦ୍ୱାରା ୫୦ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ବିଷୟରେ ଜଣାପଡିବା ସହ ସେମାନଙ୍କ ନାମକୁ ରାସନ କାର୍ଡରୁ ହଟାଇ ଦିଆଯାଇଛି । ତେବେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱା ଶର୍ମାଙ୍କ କହିବା ଅନୁଯାୟୀ ଏହି ଅଯୋଗ୍ୟ ହିତାଧିକାରୀଙ୍କ ନାମ ରାସନକାର୍ଡରୁ ହଟିବା ଦ୍ୱାରା ରାଜୟ ସରକାରଙ୍କୁ ଅନେକ ଫାଇଦା ହୋଇଛି ।

Get real time updates directly on you device, subscribe now.