fbpx

ସେପ୍ଟେମ୍ବର ୧ରୁ ରାଜଧାନୀର ଏହି ଅଞ୍ଚଳରେ ମଦ ଦୋକାନ ଖୋଲିବାର ସମ୍ଭାବନା ନାହିଁ: ଜାଣନ୍ତୁ ଏହାର ପଛର କାରଣ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ ରୁ ଲୁଟିନ୍ସ ଦିଲ୍ଲୀରେ କୌଣସି ମଦ ଦୋକାନ ଖୋଲିବାର ସମ୍ଭାବନା ନାହିଁ । କାରଣ ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲ (ଏନଡିଏମସି) ବୁଧବାର ଦିନ ନିଜ ଅଧୀନରେ ପାଞ୍ଚଟି ସରକାରୀ ମଦ ଦୋକାନ ଖୋଲିବାକୁ ଆପ୍ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଏନେଇ ସଂସ୍ଥାର ଅଧିକାରୀମାନେ ସୂଚନା ଦେଇଛନ୍ତି । ନଭେମ୍ବର ୨୦୨୧ ରେ ନୂତନ ଏକ୍ସାଇଜ୍ ପଲିସି ଲାଗୁ ହେବା ପରେ ଦିଲ୍ଲୀରେ କୌଣସି ସରକାରୀ ମଦ ଦୋକାନ ନଥିଲା । ଏଥି ସହିତ ଏହି ନୀତି ବାତିଲ କରିବାକୁ ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ସହିତ ସହରର ଘରୋଇ ମଦ ଦୋକାନ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଏବଂ କେବଳ ସରକାରୀ ମଦ ଦୋକାନ ସଞ୍ଚାଳନ ହେବ ।

ତେବେ ଦିଲ୍ଲୀ ରାଜ୍ୟ ଶିଳ୍ପ ଏବଂ ଭିତ୍ତିଭୂମି ବିକାଶ ନିଗମ (ଡିଏସଆଇଆଇଡିସି) ଏବଂ ଦିଲ୍ଲୀ ପର୍ଯ୍ୟଟନ ଏବଂ ପରିବହନ ବିକାଶ ନିଗମ (ଡିଟିଟିଡିସି) ର ଏନଡିଏମସି ଅଞ୍ଚଳରେ ଚାରୋଟି ସ୍ଥାନରେ ମଦ ଦୋକାନ ଖୋଲିବାକୁ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି । ସେପ୍ଟେମ୍ବର ୧ ରୁ କେବଳ ଚାରିଟି ରାଷ୍ଟ୍ରାୟତ୍ତ ଏଜେନ୍ସି – ଡିଏସଆଇଆଇଡିସି, ଡିଟିଟିଡିସ, ଡିସିସିଡବ୍ଲୁଏସ (ଦିଲ୍ଲୀ ଗ୍ରାହକ ସମବାୟ ହୋଲସେଲ ଷ୍ଟୋର) ଏବଂ ଡିଏସସିଏସସି (ଦିଲ୍ଲୀ ରାଜ୍ୟ ନାଗରିକ ଯୋଗାଣ ନିଗମ ବିଭାଗ)କୁ ସହରରେ ଖୁଚୁରା ମଦ ବ୍ୟବସାୟ କରିବାକୁ ଅନୁମତି ଦିଆଯିବ ।

ଏହି ଏଜେନ୍ସିଗୁଡିକ ୫୦୦ ମଦ ଦୋକାନ ଖୋଲିବେ ଏବଂ ଏହି ସଂଖ୍ୟା ଚଳିତ ବର୍ଷ ଶେଷ ସୁଦ୍ଧା ୭୦୦ ହୋଇଯିବ । ନୂଆଦିଲ୍ଲୀ ମ୍ୟୁନିସିପାଲିଟି ପରିଷଦ (ଏନଡିଏମସି) ସଦସ୍ୟ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ନେତା କୁଲଜିତ ସିଂ ଚହଲ କହିଛନ୍ତି ଯେ, ନାଗରିକ ସଂସ୍ଥାର ଅଧୀନରେ ପାଞ୍ଚଟି ମଦ ଦୋକାନ ଖୋଲିବାକୁ ଡିଏସଆଇଆଇଡିସି ଏବଂ ଡିଟିଟିଡିସ ଅନୁମତି ମାଗିଛନ୍ତି । ଚହଲ କହିଛନ୍ତି ଯେ, ତାଙ୍କ ପ୍ରସ୍ତାବ ଅନୁଯାୟୀ ପାଳିକା ପାର୍କିଂ, ଯଶୱନ୍ତ ପ୍ଲେସ, ଜନପଥରେ ଗୋଟିଏ ଦୋକାନ ଏବଂ ପାଳିକା ବଜାରରେ ଦୁଇଟି ଦୋକାନ ଖୋଲିବାର ଥିଲା । ଆଲୋଚନା ପରେ ଆମେ ଆମର ଅଧିକାର କ୍ଷେତ୍ରରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେବାକୁ ମନା କରିଦେଲୁ ।

Get real time updates directly on you device, subscribe now.