ବାପରେ ବାପ୍! ଲକଡାଉନ ପୂର୍ବରୁ ମଦ ଦୋକାନରେ ଲାଗିଗଲା ଲୋକଙ୍କ ଅସମ୍ଭାଳ ଭିଡ଼

ମୁମ୍ବାଇ,୧୩ ।୩ : ଦେଶରେ କେତେକ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ବଢିବାରେ ଲାଗିଛି । ସେହିପରି ମହାରାଷ୍ଟ୍ରର ନାଗପୁରରେ ବଢୁଥିବା କରୋନା ମାମଲାରୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲକଡାଉନ୍ ଜାରି ହୋଇଛି । ସ୍ଥିତି ଅସମ୍ଭାଳ ହେବାର ନାଗପୁରର ପ୍ରଭାରୀ ବା ମନ୍ତ୍ରୀ ନିତିନ ରାୱତ ନାଗପୁରକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ସହରରେ ୧୫ ମାର୍ଚ୍ଚରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଜାରି ରହିବ । କେବଳ ଜରୁରୀ ସାମର୍ଗୀ ପାଇଁ ଦୋକାନ ଖୋଲାଯିବା ସହ ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଅନୁମତି ନାହିଁ ।

ସୂଚନା ମୁତାବକ, କେବଳ ମେହିସିନ୍, ପନିପରିବା, ଫଳ ଓ କ୍ଷୀର ଦୋକାନ ଛଡା ଆଉ ସବୁ ଦୋକାନ ବନ୍ଦ ରହିବ । କିନ୍ତୁ ଲକଡାଉନର ୨ ଦିନ ପୂର୍ବରୁ ମଦ ଦୋକାନ ଆଗରେ ଭିଡ ଦେଖିବାକୁ ମିଳୁଛି । ଲୋକମାନେ କରୋନାକୁ ଭୁଲି ମଦ ନିଶାରେ ଭିଡ ଜମାଇବାରେ ଲାଗିଛନ୍ତି । ସାମାଜିକ ଦୂରତା ତ ଛାଡ, ଲୋକମାନେ ମାସ୍କ ପିନ୍ଧିବା ଭୁଲି ମଦ ନେବାରେ ମଜ୍ଜି ଯାଇଛନ୍ତି । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଭିଡକୁ ଦେଖି ପ୍ରଶାସନ ପକ୍ଷରୁ ମଦ ଦୋକାନ ଆଗରେ କଟକଣା ଜାରି ହୋଇଛି । ଦେଖାଯାଉ ପ୍ରଶାସନର କଡାକଣା କେତେ ମାନୁଛନ୍ତି ଜନତା ।