ଦିଲ୍ଲୀରେ ୪ ଦିନ ବିକ୍ରି ହେବନି ମଦ, ନିୟମ ଅବମାନନା କଲେ ହୋଇପାରେ ଜେଲ୍

ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ୪ ଦିନ ପର୍ଯ୍ୟନ୍ତ ରହିବ ‘ଡ୍ରାଏ ଡେ'। ନିୟମ ଉଲଂଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନା

ନୂଆଦିଲ୍ଲୀ: ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବନ୍ଦ ରହିବ ମଦ ଦୋକାନା ଏହି ଚାରି ଦିନ ପର୍ଯ୍ୟନ୍ତ ମଦ ବିକ୍ର୍ରୟ ଏବଂ ପରିବେଶଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ରହିବ ।

ଏନେଇ ଦିଲ୍ଲୀ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

କେବେ ଡ୍ରାଏ ଡେ?

ଆସନ୍ତା ଫେବୃଆରୀ ୫ ତାରିଖ ଦିନ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ତେଣୁ ଫେବୃଆରୀ ୩ ତାରିଖ ସନ୍ଧ୍ୟା ୬ଟାରୁ ଫେବୃଆରୀ ୫ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଡ୍ରାଏ ଡେ ରହିବା

ଏହା ବାଦ୍ ଫେବୃଆରୀ ୮ ଅର୍ଥାତ ଭୋଟ୍ ଗଣତି ଦିନ ମଦ ଦୋକାନ ଏବଂ ବାର୍ ବନ୍ଦ ରହିବା

ଶାନ୍ତିପୂର୍ଣ୍ଣ ନିର୍ବାଚନ: ନିର୍ବାଚନ ସମୟରେ ଭୋଟରମାନଙ୍କୁ ପ୍ରଭାବିତ ହେବାରୁ ରୋକିବା ଏବଂ ଆଦର୍ଶ ଆଚରଣ ସଂହିତା ଲାଗୁ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛିା

ଏହା ବ୍ୟତୀତ ନିର୍ବାଚନ ପରିବେଶକୁ ଶାନ୍ତିପୂର୍ଣ୍ଣ ଏବଂ ନିରପେକ୍ଷ ରଖିବା ସରକାରଙ୍କ ପ୍ରାଥମିକତା ଅଟୋ

ନୋଏଡାରେ ଖୋଲା ରହିବ ଦୋକାନ: ଦିଲ୍ଲୀ ସୀମାବର୍ତ୍ତୀ ଅଞ୍ଚଳର କେତେକ ସ୍ଥାନରେ ନିର୍ବାଚନ ପାଇଁ ଡ୍ରାଏ ଡେ ପାଳନ କରାଯିବା କିନ୍ତୁ ନୋଏଡା ଏବଂ ଗୁରୁଗ୍ରାମରେ ମଦ ଦୋକାନ ଖୋଲା ରହିବା

ଅପରପକ୍ଷରେ ୪ ଦିନ ପର୍ଯ୍ୟନ୍ତ ନିୟମର ଉଲଂଘନ କରିଥିବା ବ୍ୟକ୍ତି କିମ୍ବା ଦୋକାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୋ ଜେଲ୍ ଯିବା ସହ ବ୍ୟକ୍ତିକୁ ଜରିମାନା ମଧ୍ୟ ଦେବାକୁ ପଡ଼ିପାରୋ