fbpx
BSKY
BJD YOUTH SKY
BJD MS SKY

ପାଣିରେ ବୁଡ଼ିମରିବାରେ ମୟୁରଭଞ୍ଜ ଜିଲ୍ଲା ଆଗରେ

ଭୁବନେଶ୍ୱର: ବିଧାନସଭା ଗୃହରେ ଉଠିଲା ପାଣିରେ ପାଣିରେ ବୁଡ଼ି ଜୀବନ ହାରିିଥିବା ବ୍ୟକ୍ତିଙ୍କ ସଂଖ୍ୟା । ବିଜେପି ବିଧାୟକ ସୁକାନ୍ତ କୁମାର ନାୟକ ଏହି ପ୍ରସଙ୍ଗ ଉଠାଇଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ ୨୦୧୬-୧୭ ମସିହା ଠାରୁ ଆରମ୍ଭ କରି ୨୦୨୧-୨୨ ମହିସା ପର୍ଯ୍ୟନ୍ତ କେଉଁ ବର୍ଷର , ରାଜ୍ୟର କେଉଁ ଜିଲ୍ଲାରୁ କେତେ ଜଣ ପାଣିରେ ବୁଡି ଆତ୍ମହତ୍ୟା କରିଛନ୍ତି ତାହାକୁ ନେଇ ଏକ ବିବରଣୀ ପ୍ରଦାନ କରିବାକୁ ସେ ମନ୍ତ୍ରୀଙ୍କୁ କହିଥିଲେ ।

ତେବେ ଏହି ପ୍ରଶ୍ନର ଉତ୍ତର ରଖି ସ୍ୱରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ଏକ ତାଲିକା ଉପସ୍ଥାପନା କରିଥିଲେ । ଯେଉଁଥିରେ ୨୦୧୬ ମସିହାରେ ୯୩୫ ଜଣ, ୨୦୧୭ ମସିହାରେ ୧୦୭୯ଜଣ,୨୦୧୮ ମସିହାରେ ୧୪୦୬ଜଣ, ୨୦୧୯ ମସିହାରେ ୧୪୪୧ ଜଣ,୨୦୨୦ରେ ୧୮୪୦ ଜଣ,୨୦୨୧ରେ ୧୮୦୫ଜଣ ପାଣିରେ ବୁଡି ନିଜର ଜୀବନ ହାରିଛନ୍ତି ।
ଦେଖିବାକୁ ଗଲେ ଏହି ସମୟକ୍ରମେ ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।

ଏହ ସହିତ ୨୦୧୬ ମସିହାରେ ସବୁ ଠାରୁ ଅଧିକ ରାଜ୍ୟର କଟକ ଜିଲ୍ଲାରେ ୧୨୧ ଜଣ ମୃତ୍ୟବରଣ କରିଥିବା ବେଳେ,୨୦୧୭ରେ ମୟୁରଭଞ୍ଜରେ ୯୦ଜଣ,୨୦୧୮ରେ ମୟୁରଭଞ୍ଜରେ ୧୨୩ ଜଣ,୨୦୧୯ରେ ମୟୁରଭଞ୍ଜରେ ୧୦୪ଜଣ,୨୦୨୦ରେ କେଉଁଝରରେ ୧୩୩ଜଣ ଏବଂ ୨୦୨୧ରେ ମୟୁରଭଞ୍ଜରେ ୧୬୭ଜଣ ବ୍ୟକ୍ତି ପାଣିରେ ବୁଡି ନିଜର ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.